ନିଜର ମୌଳିକ ଅଧିକାରକୁ ଅଣଦେଖା କରନ୍ତୁ ନାହିଁ: ଭୋଟର୍‌ ପରିଚୟ ନଥିଲେ ବି ଦେଇପାରିବେ ଭୋଟ୍‌, ଜାଣନ୍ତୁ ସାଥୀରେ କ’ଣ ନେବେ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶ ପାଇଥିବା ଏକ ପ୍ରେସ୍‌ ରିଲିଜ୍‌ରେ ଉଲ୍ଲେଖ କରାଯାଇଛି ଯେ ଭୋଟ ଦେବା ପାଇଁ ଭୋଟର ପ୍ରମାଣ ପାତ୍ର ଏକମାତ୍ର ଜରିଆ ନୁହେଁ। ଯଦି ଆପଣଙ୍କ ପାଖରେ ଭୋଟର ପ୍ରମାଣ ପତ୍ର ନାହିଁ ତେବେ ବି ଆପଣ ଭୋଟ୍‌ ଦେଇପାରିବେ। ତେବେ, ଚାଲନ୍ତୁ ଜାଣିବା ଭୋଟର ଆଇକାର୍ଡ ବ୍ୟତୀତ ଆଉ କେଉଁ ପ୍ରମାଣପତ୍ର ଥିଲେ ଆପଣ ଭୋଟ ଦେବାକୁ ସମର୍ଥ ହେବେ।

: ଯଦି ଆପଣଙ୍କ ପାଖରେ ପାସପୋର୍ଟ ଅଛି ତେବେ ଆପଣ ବିନା ଭୋଟର ପରିଚୟ ପତ୍ରରେ ଭୋଟ୍‌ ଦେଇପାରିବେ।

: ଡ୍ରାଇଭିଂ ଲାଇସେନ୍ସ ଥିଲେ ବି ଆପଣ ବିନା ଭୋଟର ପରିଚୟ ପତ୍ରରେ ଭୋଟ ଦେବାକୁ ସମର୍ଥ ହେବେ।

: ଚାକିରୀ ପ୍ରମାଣ ପତ୍ର ବି ଭୋଟର ପରିଚୟ ପତ୍ରର କାମ ଦେଇପାରେ।

: ବ୍ୟାଙ୍କ୍‌ କିମ୍ବା ପୋଷ୍ଟ୍‍ ଅଫିସ୍‌ରେ ଥିବା ଫଟୋଗ୍ରାଫ୍‌ ସହିତ ପାସ୍‌ବୁକ୍‌ ନେଇ ବି ଆପଣ ମତଦାନ କରିପାରିବେ।

: ପ୍ୟାନ୍‌ କାର୍ଡ ଦେଖାଇ ଭୋଟ ଦେଇ ହେବ।

: ଆଧାରକାର୍ଡ ଦେଖାଇ ବି ଆପଣ ଭୋଟ ଦେଇପାରିବେ।

: ରେଜିଷ୍ଟର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ଇସ୍ୟୁ ହୋଇଥିବା ସ୍ମାର୍ଟକାର୍ଡ ବି ଏହି କାମରେ ଆସିପାରେ।

: ଫଟୋ ସହ ପେନ୍‌ସନ ଅର୍ଡର ଥିଲେ ଜଣେ ଭୋଟ ଦେଇପାରିବେ।

: ମନରେଗା ଚାକିରି କାର୍ଡ ଦେଖାଇ ବି ଭୋଟ ଦେଇ ହେବ।

: ଶ୍ରମ ମନ୍ତ୍ରାଳୟ ଅଧୀନରେ ଜାରି ହୋଇଥିବା ହେଲ୍‌ଥ ଇନ୍‌ସୁରାନ୍ସ ସ୍ମାର୍ଟ କାର୍ଡ ଥିଲେ ବି ଭୋଟ ଦେଇ ହେବ।

ସମ୍ବନ୍ଧିତ ଖବର