କରୋନା ଭାଇରସ୍‌କୁ ହରାଇ ଉଦାହରଣ ପାଲଟିଲେ ୧୧୩ ବର୍ଷୀୟା ବୃଦ୍ଧା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ବୟସ୍କ ଲୋକଙ୍କର ବେଶି କ୍ଷତି କରୁଛି ବୋଲି ପୂର୍ବରୁ ଆମେ ଶୁଣିଛେ। ମାତ୍ର ସ୍ପେନର ଜଣେ ୧୧୩ ବର୍ଷିୟା ବୟସ୍କ ମହିଳା କୋଭିଡ୍‌-୧୯ରୁ ସୁସ୍ଥ ହୋଇ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ମହିଳାଙ୍କ ନାମ ମାରିୟା ବ୍ରାନ୍‌ୟାସ୍‌। ଆମେରିକାରେ ଜନ୍ମଲାଭ କରିଥିବା ଏହି ମହିଳା ଏପ୍ରିଲ୍‌ରେ କୋଭିଡ୍‌-୧୯ ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଥିବା ଜାଣିବାକୁ ମିଳିଥିଲା।

ଆହୁରି ଅନେକ କରୋନା ଆକ୍ରାନ୍ତଙ୍କ ସହ ମିଶି ସ୍ପେନ୍‌ର ଏକ ଚିକିତ୍ସା ଗୃହରେ ସପ୍ତାହ ସପ୍ତାହ ଆସୋଲେସନ୍‌ରେ ରହିବା ପରେ ବୃଦ୍ଧାଙ୍କ ସୁସ୍ଥ ହେବା ଘଟଣା ସଭିଙ୍କ ମନରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି।


The Straits Times

ଏପ୍ରିଲ୍‌ ମାରିୟା ଗତ ୨୦ ବର୍ଷ ଧରି ରହି ଆସୁଥିବା ସାଣ୍ଟା ମାରିୟା ଡେଲ୍‌ ତୁରା କେୟାର୍‌ ହୋମ୍‌ରେ  କୋଭିଡ୍‌-୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ତାଙ୍କୁ ଆସୋଲେସନ୍‌ରେ ରଖାଯିବା ପରେ ଶେଷରେ ଗତ ସପ୍ତାହରେ ମାରିୟା କରୋନା ନେଗେଟିଭ୍‌ ବୋଲି ଜାଣିବାକୁ ମିଳିଛି।

ମାରିୟାଙ୍କର ୩ଟି ପିଲା ଅଛନ୍ତି। ସେ ଭଲ ହେବା ପରେ ତାଙ୍କୁ ଯେତେବେଳେ ତାଙ୍କର ସୁସ୍ଥ ସ୍ବାସ୍ଥ୍ୟ ଓ ବଞ୍ଚି ରହିବାର ରହସ୍ୟ ବିଷୟରେ ପଚରାଗଲା ମାରିୟା କହିଲେ କି ଉତ୍ତମ ସ୍ବାସ୍ଥ୍ୟକୁ ଉପଭୋଗ କରିବାର ସୌଭାଗ୍ୟ ତାଙ୍କୁ ମିଳିଥିବାରୁ ସେ ଖୁବ୍ ଭାଗ୍ୟବତୀ ଅନୁଭବ କରୁଛନ୍ତି।

ସମ୍ବନ୍ଧିତ ଖବର