ଶେଷହେଲା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ, ମଣିପୁରରେ ସର୍ବାଧିକ ୭୮% ମତଦାନ

ନୂଆଦିଲ୍ଲୀ : ଭାରତୀୟ ଗଣତନ୍ତ୍ରର ମହାପର୍ବ ‘ସାଧାରଣ ନିର୍ବାଚନ-୨୦୧୯’ ଆରମ୍ଭ ହୋଇଯାଇଛି । କିଛି ସମୟ ପୂର୍ବେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ୨୦ଟି ରାଜ୍ୟରେ ୯୧ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଏବେ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର ଏବଂ ଲକ୍ଷ୍ୟଦ୍ୱୀପ ଆସନରେ ମଧ୍ୟ ଭୋଟ ଗ୍ରହଣ ହୋଇଛି । ଲୋକସଭା ନିର୍ବାଚନ ସହିତ ୪ଟି ରାଜ୍ୟ ଓଡ଼ିଶା, ସିକ୍କିମ, ଅରୁଣାଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ଚାଲିଛି । ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି ।

ମିଳିଥିବା ସର୍ବେଶେଷ ଖବର ଅନୁଯାୟୀ ବିହାରରେ ୫୦.୨୬ ପ୍ରତିଶତ, ମେଘାଳୟରେ ୬୦.୫୭ ପ୍ରତିଶତ, ଉତ୍ତରପ୍ରଦେଶରେ ୫୯.୭୭ ପ୍ରତିଶତ,ମଣିପୁରରେ ୭୮.୨୦ ପ୍ରତିଶତ, ଲକ୍ଷ୍ୟଦ୍ୱୀପରେ ୬୫.୯ ପ୍ରତିଶତ ଓ ଆସାମରେ ୬୮ ପ୍ରତିଶତ ମତଦାନ ହୋଇଛି । ଓଡ଼ିଶାରେ ଏପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିଛି । ସଂଧ୍ୟା ୫ଟା ସୁଦ୍ଧା ଓଡ଼ିଶାରେ ୬୬ ପ୍ରତିଶତ ମତଦାନ ହୋଇଛି । ସେହିପରି ମାଓ ଉପଦ୍ରୁତ ଛତିଶଗଡ଼ ଓ ମହାରାଷ୍ଟ୍ରର କେତେକ ଆସନରେ ଭୋଟ ଗ୍ରହଣ ଶେଷ ହୋଇଛି । ସେହିପରି ଆନ୍ଧ୍ରର ସମସ୍ତ ୨୫ ଟି ଯାକ ଆସନ ଓ ତେଲେଙ୍ଗାନାର ସମସ୍ତ ୧୭ଟି ଯାକ ଆସନରେ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହୋଇଛି ।

ସମ୍ବନ୍ଧିତ ଖବର