ନବୀନଙ୍କ ମହିଳା କାର୍ଡ: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଲାଗି ଘୋଷିତ ୯ ଲୋକସଭା ଆସନରୁ ୩ରେ ମହିଳା ପ୍ରାର୍ଥୀ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ଟି ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏଥର ବିଜୁ ଜନତା ଦଳ ଲୋକସଭା ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ଗୁରୁତ୍ୱ ଦେଇଛି। ନବୀନ ଖେଳିଛନ୍ତି ମହିଳା କାର୍ଡ। ଘୋଷିତ ୯ ଲୋକସଭା ଆସନ ମଧ୍ୟରୁ ୩ଟିରେ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି।

ଯାଜପୁରରୁ ଶର୍ମିଷ୍ଠା ସେଠୀ, ଜଗତସିଂହପୁରରୁ ଡା.ରାଜଶ୍ରୀ ମଲ୍ଲିକ ଏବଂ ଭଦ୍ରକରୁ ମଞ୍ଜୁଲତା ମଣ୍ଡଳଙ୍କୁ ବିଜେଡ଼ି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ କରାଇଛି। ଭଦ୍ରକ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତାଙ୍କୁୁ ପ୍ରାର୍ଥୀ କରାଯାଇଥିବା ବେଳେ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଜଗତସିଂହପୁର ଲୋକସଭା ଲାଗି ପ୍ରାର୍ଥୀ ହୋଇଛନ୍ତି। ସେହିପରି ନୂଆ ମୁହଁ ଶର୍ମିଷ୍ଠାଙ୍କୁ ଦଳ ଟିକେଟ ଦେଇଛି।

ସମ୍ମାନଜନକ ଭୁବନେଶ୍ୱର ଲୋକସଭା ଆସନ ଲାଗି ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ତଥା ମୁମ୍ବାଇର ପୂର୍ବତନ ପୁଲିସ କମିସନର ଅରୁପ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ଏଠାରେ ବିଜେପିର ପ୍ରାର୍ଥୀ ରହିଛନ୍ତି ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱରରୁ ୫ ଥର ସାଂସଦ ନିର୍ବାଚିତ ହୋଇଥିବା ପ୍ରସନ୍ନ ପାଟଶାଣୀଙ୍କୁ ରାଜ୍ୟସଭା ପଠାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Wikidata

ଚର୍ଚ୍ଚାରେ ରହିଥିବା କେନ୍ଦ୍ରାପଡ଼ା ଆସନ ଲାଗି ଚିତ୍ରତାରକାରୁ ରାଜନେତା ପାଲଟିଥିବା ତଥା ରାଜ୍ୟସଭା ସାଂସଦ ଥିବା ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଏଠାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହ ଲଢ଼ିବେ।

ପୁରୀ ଓ ବାଲେଶ୍ୱର ଲୋକସଭା ଆସନରେ ବିଜୁ ଜନତା ଦଳ ପ୍ରାଥୀଙ୍କୁ ଅପରିବର୍ତ୍ତିତ ରଖିଛି। ପୁଣି ପୁରୀରୁ ପିନାକୀ ମିଶ୍ର ଓ ବାଲେଶ୍ୱରରୁ ରବୀନ୍ଦ୍ର ଜେନା ପ୍ରାର୍ଥୀ ହୋଇଛନ୍ତି।

ଚାକିରି ଛାଡ଼ି ରାଜନୀତିକୁ ଆସିଥିବା ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ଦଳ ସମ୍ବଲପୁର ଲୋକସଭା ଲାଗି ପ୍ରାର୍ଥୀ କରିଛି। ସେ ବିଜୁ ଜନତା ଦଳରେ ଯୋଗ ଦେବା ପରଠାରୁ ତାଙ୍କୁ ପ୍ରାର୍ଥୀ କୁହାଯିବ ବୋଲି ଚର୍ଚ୍ଚା ହୋଇ ଆସୁଥିଲା।

ମୟୁରଭଞ୍ଜ ଲୋକସଭା ଆସନରେ ବିଜେଡ଼ି ଡା.ଦେବାଶିଷ ମରାଣ୍ଡିଙ୍କୁ ପ୍ରାର୍ଥୀ କରିଛି।

ସମ୍ବନ୍ଧିତ ଖବର