ନବଗଠିତ ବିଧାନସଭାକୁ ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ୬୭ ଜଣଙ୍କ ନାମରେ ରହିଛି ଅପରାଧିକ ମାମଲା

ଭୁବନେଶ୍ୱର: ୨୦୧୯ରେ ଓଡ଼ିଶା ବିଧାନସଭାକୁ ନବନିର୍ବାଚିତ ୧୪୬ ଜଣ ବିଧାୟକଙ୍କ ମଧ୍ୟରୁ ୬୭ ଜଣଙ୍କ (୪୬%) ନାମରେ ଅପରାଧିକ ମାମଲା ରହିଛି। ସେଥିରୁ ନରହତ୍ୟା, ନରହତ୍ୟା ପାଇଁ ଉଦ୍ୟମ ଏବଂ ଅପହରଣ ଭଳି ସାଙ୍ଘାତିକ ଅପରାଧିକ ମାମଲା ଥିବା ବିଧାୟକଙ୍କ ସଂଖ୍ୟା ହେଉଛି ୪୯ ଜଣ (୩୪%)। ୨୦୧୪ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୫୨ ଜଣଙ୍କ (୩୫%) ନାମରେ ଅପରାଧିକ ମାମଲା ଥିଲା।

ଓଡ଼ିଶା ଇଲେକ୍‌ସନ୍‌ ଓ୍ଵାଚ୍‌ ଏବଂ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ବିଧାୟକମାନେ ଦାଖଲ କରିଥିବା ସତ୍ୟପାଠଗୁଡ଼ିକୁ ଅନୁଶୀଳନ କରି ଏହି ତଥ୍ୟ ସଂଗ୍ରହ କରିଛନ୍ତି। ବାତ୍ୟା ଫନି ଯୋଗୁଁ ପାଟକୁରା ନିର୍ବାଚନ ସ୍ଥଗିତ ଥିବାରୁ ସେମାନେ ୨୦୧୯ ବିଧାନସଭା ନିର୍ବାଚନର ୧୪୬ ଜଣ ବିଜୟୀ ପ୍ରାର୍ଥୀଙ୍କ ପ୍ରଦତ୍ତ ତଥ୍ୟ ଅନୁଶୀଳନ କରିଛନ୍ତି।

ନିଜ ନାମରେ ନରହତ୍ୟା, ନରହତ୍ୟା ପାଇଁ ଉଦ୍ୟମ, ବଟି ଆଦାୟ, ଅସଦାଚଣ ପାଇଁ ମହିଳାଙ୍କୁ ଆକ୍ରମଣ ଏବଂ ଅପରାଧିକ ଧମକାଣ ଭଳି ୫୧ଟି ଅପରାଧିକ ମାମଲା ଥିବା କଥା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜୟୀ ଜାତୀୟ କଂଗ୍ରେସର ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା ଦର୍ଶାଇଛନ୍ତି।

୨ ଜଣ ବିଧାୟକଙ୍କ ନାମରେ ନରହତ୍ୟା ଏବଂ ୧୧ ଜଣ ବିଧାୟଙ୍କ ନାମରେ ନରହତ୍ୟା ପାଇଁ ଉଦ୍ୟମ ମାମଲା ରହିଥିବା କଥା ଘୋଷଣା କରିଛନ୍ତି।

ବିଜେଡିର ୧୧୨ ଜଣ ବିଧାୟକଙ୍କ ମଧ୍ୟରୁ ୪୬ ଜଣ (୪୧%), ବିଜେପିର ୨୩ ଜଣ ବିଧାୟକଙ୍କ ମଧ୍ୟରୁ ୧୪ ଜଣ (୬୧%), କଂଗ୍ରେସର ୯ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ (୬୭%) ନରହତ୍ୟା ସଂକ୍ରାନ୍ତ ମାମଲାରେ ସମ୍ପୃକ୍ତ। ଏମାନଙ୍କ ମଧ୍ୟରୁ ବିଜେଡିର ୩୩ ଜଣ (୩୦%), ବିଜେପିର ୧୦ ଜଣ (୪୪%) ଏବଂ କଂଗ୍ରେସର ୫ ଜଣ (୫୬%) ବିଧାୟକଙ୍କ ନାମରେ ସାଙ୍ଘାତିକ ଅପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର