କୋରାପୁଟ: ଭିତ୍ତିଭୂମିର ଅଭାବ ଯୋଗୁଁ ହଷ୍ଟେଲ ଛାଡିଲେ ୯୮ ଜଣ ଛାତ୍ର

ଲକ୍ଷ୍ମୀପୁର: ରାତି ପାହିଲେ ବୁଧବାର ଦେଶ ୭୧ତମ ସ୍ୱାଧୀନତା ଦିବସ ପାଳନ କରିବ। ଏଥି ପାଇଁ ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟତ୍ରୀମାନେ ସ୍କୁଲ ଗୁଡିକରେ ସଜବାଜ କରିବା ପାଇଁ ଲାଗିପଡିଛନ୍ତି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର କୁସୁମଗୁଡା ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟର ଶିକ୍ଷକମାନେ ହଷ୍ଟେଲ ଛାଡି ଚାଲିଯାଇଥିବା ୯୮ ଜଣ ଛାତ୍ର ମାନଙ୍କୁ ବୁଝା ସୁଝା କରି ହଷ୍ଟେଲକୁ ଫେରାଇଆଣିବା ପାଇଁ ଯେଉଁ ପ୍ରୟାସ ଜାରି ରଖିଛନ୍ତି ତାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛିା

ସୂଚନା ମୁତାବକ କୁସୁମଗୁଡା ଅପଗ୍ରେଟେଡ୍‌ ହାଇସ୍କୁଲରେ ୧୨୦ ଜଣ ଛାତ୍ର ପାଠ ପଢନ୍ତି। ସେମାନଙ୍କ ମଧ୍ୟରୁ ୧୦୦ ଜଣ ହଷ୍ଟେଲ୍‌ ରେ ରହି ପାଠ ପଢୁଥିବା ଅନ୍ୟ ପିଲାମାନେ ଡେ-ସ୍କୋଲାର ଅଟନ୍ତିା ହଷ୍ଟେଲ୍‌ରେ ରହି ପାଠ ପଢୁଥିବା ଛାତ୍ର ମାନଙ୍କର ବିଭିନ୍ନ ସମସ୍ୟା ଲାଗିରହିଛି। ସମସ୍ୟା ଭିତରେ କହିଲେ ଛାତ୍ର ମାନେ ଯେଉଁ ହଷ୍ଟେଲ ଗୃହରେ ରହୁଛନ୍ତି। ସେହି ଗୃହରେ ଦିନରେ ସୂର୍ଯ୍ୟ ଓ ରାତ୍ରରେ ଚନ୍ଦ୍ର ଦେଖାଯାଉଥିବା ବେଳେ, ହଷ୍ଟେଲ୍‌ରେ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ। ନିୟମିତ ରୋଷେୟା, ସ୍କୁଲ ପିଅନ ନଥିବା କାରଣରୁ ହଷ୍ଟେଲରେ ଖାଦ୍ୟ ସଠିକ୍‌ ସମୟରେ ମିଳିପାରେ ନାହିଁ।

ଶୌଚାଳୟ କି ଗାଧୂଆ ଗୃହ ନଥିବା କାରଣରୁ ଗାଁ ନିକଟରେ ଥିବା ନାଳ ପାଣି ଉପରେ ସଫାସୁତୁରା ହେବାକୁ ପଡୁଥିବା ଛାତ୍ର ମାନେ ବାରମ୍ବାର ଅଭିଯୋଗ କରିଥିଲେ। ଏପରିକି ସମସ୍ୟା ପ୍ରତି ପ୍ରଶାସନକୁ ବାରମ୍ବାର ଦୃଷ୍ଠିଗୋଚର ମଧ୍ୟ କରିଥିବା ଛାତ୍ର ମାନେ ପ୍ରକାଶ କରିଛନ୍ତି। ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳର ଛାତ୍ର ମାନେ ହଷ୍ଟେଲ ଛାଡି ଚାଲିଯାଇଥିବା ବେଳେ ବୋରିଗୁମ୍ମା ଅଞ୍ଚଳର କେବଳ ୨ଜଣ ଛାତ୍ର ତାଙ୍କ ଗାଁ ଅନେକ ଦୂର ହୋଇଥିବା କାରଣରୁ ରହିଯାଇଛନ୍ତିା

ଆଖପାଖ ଅଞ୍ଚଳର ଛାତ୍ର ମାନଙ୍କୁ ଜେଣତେଣ ଫୁସୁଲାଇ ଆଣିବାକୁ ଶିକ୍ଷକ ମାନେ ପ୍ରୟାସ ଯାରି ରଖିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟ‘ ଜଣେହେଲେ ଛାତ୍ର ଫେରିନଥିବା ଜଣାପଡିଛିାଗତକାଲି ଠାରୁ ଛାତ୍ର ମାନେ ହଷ୍ଟେଲ ଛାଡି ଥିବା ବେଳେ ଆଜି ବ୍ଲକ ଶିକ୍ଷାଧିକାରୀ ବିକାଶକୁମାର ସରକାର ଓ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଦୈତାରୀ ଦାଶ ସ୍କୁଲରେ ପହଞ୍ଚି ୨ଜଣ ଛାତ୍ରଙ୍କ ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରି, ସମସ୍ତ ଅସୁବିଧା ସମୟରେ ଅବଗତ ହୋଇ ଫେରିଛନ୍ତିା ଅସୁବିଧା ସଂର୍କରେ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଅବଗତ କରାଯିବ ଓ ଶିଘ୍ର ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୁତି ଦେଇଛନ୍ତିା

ସମ୍ବନ୍ଧିତ ଖବର