ଲକ୍ଷ ଲକ୍ଷ ଲୋକ ବେରୋଜଗାର ହେଉଥିବା ବେଳେ ପିପିଇ କିଟ୍‌ ବନାଇ ସ୍ବାବଲମ୍ବୀ ପାଲଟୁଛନ୍ତି ମଧ୍ୟପ୍ରଦେଶର ମହିଳା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ‌ହେତୁ ଦେଶ ଗଭୀର ସ୍ବାସ୍ଥ୍ୟ ସଂକଟ ଦେଇ ଗତି କରୁଥିବା ବେଳେ ପିପିଇ କିଟ୍‌ର ଚାହିଦା ଢେର୍‌ ବେଶି ରହିଛି। ହସ୍ପିଟାଲ୍ କିମ୍ବା କ୍ଲିନିକ୍‌ରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ପିପିଇ କିଟ୍ ଏକ‌ ମୁଖ୍ୟ ଆବଶ୍ୟକୀୟ ସାମଗ୍ରୀ ପାଲଟିଛି। ଏହି ସମୟରେ ଆନ୍ଧ୍ରପ୍ରଦେଶର ଏକ ଗ୍ରାମ ହଜାର ହଜାର ପିପିଇ କିଟ୍‌ ତିଆରି କରି କରୋନା ଯୁଦ୍ଧରେ ନିଜକୁ ସାମିଲ୍‌ କରିଛି।

ଆନ୍ଧ୍ରପ୍ରଦେଶର ଲାକାଭରମ୍‌ ଗ୍ରାମର ୨୦୦ ଜଣ ମହିଳା ମିଶି ଦିନକରେ ୧୫ ହଜାର ମାସ୍କ, ୬ ହଜାର ସୁ କଭର୍‌, ୫ ହଜାର ଲ୍ୟାପ୍‌ କୋଟ୍‌ ତିଆରି କରି ରାଜ୍ୟ ସରକାରଙ୍କୁ ସହାଯ୍ୟ କରିଛନ୍ତି। ଦେଶରେ ଅନେକ ଲୋକ ବେରୋଜଗାର ପାଲଟୁଥିବା ବେଳେ ସେମାନେ ଏହି ଉପାୟରେ ଦୈନିକ ମୁଣ୍ଡପିଛା ୫୦୦ ରୋଜଗାର କରି ଉଦାହରଣ ପାଲଟିଛନ୍ତି।

୨୦୦ ମହିଳାଙ୍କୁ ନେଇ ପୂର୍ବ ଗୋଦାବରୀ ଅଞ୍ଚଳରେ ହୋଇଥିବା ଏହି ଟେଲରିଂ ୟୁନିଟ୍‌ କିଛି ସପ୍ତାହ ତଳେ ରାଜ୍ୟ ସରକାରଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ କାର୍ଯ୍ୟ ଆରମ୍ଭ କରିଥିଲେ।

ଏହି କାମ ପାଇଁ ମହିଳାମାନେ ବେଶ୍‌ ଖୁସି ଅଛନ୍ତି। ଏହି ପିପିଇ କିଟ୍‌ ତିଆରି କରି ଉପାର୍ଜନ କରୁଥିବା ଅର୍ଥ ସେମାନଙ୍କ ଜୀବନ ବଞ୍ଚାଇଛି ବୋଲି ମହିଳାମାନେ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ପିପିଇ କିଟ୍‌ ତିଆରି କରିବାକୁ ପ୍ରୋତ୍ସାହନା ଦେଇଥିଲେ।

ସମ୍ବନ୍ଧିତ ଖବର