ସୁକମା ଏନ୍‌କାଉଣ୍ଟର: ବିଚାର ବିଭାଗୀୟ ତଦନ୍ତ ଦାବି କଲା ଆପ୍‌

ସୁକମା(ଛତିଶଗଡ଼): ସୁରକ୍ଷା କର୍ମୀଙ୍କ ଦ୍ୱାରା ଛତିଶଗଡ଼ର ସୁକମା ଜିଲ୍ଲାରେ ଚଳିତ ଅଗଷ୍ଟ ୬ରେ ୧୫ ଜଣ ନକ୍ସଲଙ୍କୁ ଏନ୍‌କାଉଣ୍ଟରରେ ନିହତ କରାଯାଇଥିବା ନେଇ ଆମ୍‌ ଆଦମୀ ପାର୍ଟି(ଆପ୍‌) ବୁଧବାର ବିଚାର ବିଭାଗୀୟ ତଦନ୍ତ ହେଉ ବୋଲି ଦାବି କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍‌ ରାଜ୍ୟ ସଚିବ ଉତ୍ତମ ଜୟସ୍ୱାଲ ଅଭିଯୁକ୍ତ ପୁଲିସମାନେ ଆତଙ୍କବାଦୀ ଦର୍ଶାଇ ନିରିହ କୃଷକମାନଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ହେବା ଦରକାର ବୋଲି ଆପ୍‌ ନେତା ସାମ୍ବାଦିକମାନଙ୍କୁ କହିଛନ୍ତି। ପୁଲିସ ଏନକାଉଣ୍ଟରରେ ସେଦିନ ୧୫ ଜଣ ନକ୍ସଲ ଜୀବନ ହରାଇଥିଲେ।

ଅପରେସନରେ ସଫଳତା ପାଇଥିବା ଯୋଗୁଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସୁରକ୍ଷା ବାହିନୀର ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସୁକମା ଜିଲ୍ଲାର ଗୋନ୍ତା ଓ ଗୋଲାପଲ୍ଲୀ ଥାନା ଅଞ୍ଚଳରେ ସୁରକ୍ଷା ବାହିନୀଙ୍କୁ ଅଦ୍ଭୂତପୂର୍ଣ୍ଣ ସଫଳତା ମିିଳିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଏହା ଏକ ବଡ଼ ସଫଳତା ଓ ସଫେଇ ଅଭିଯାନ। ଅଭିଯାନ ପାଇଁ ଯବାନମାନେ ୨ ଦିନ ହେବ ଜଙ୍ଗଲରେ ଥିଲେ। ନିଶ୍ଚିତ ଭାବରେ ଏହା ଏକ ବଡ଼ ସଫଳତା ବୋଲି କୁହାଯିବ ବୋଲି ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଥିଲେ।

ସମ୍ବନ୍ଧିତ ଖବର