କେରଳ ବନ୍ୟା: ହିନ୍ଦୁଙ୍କ ପାଇଁ ସାହାରା ପାଲଟିଛି ମସ୍‌ଜିଦ୍‌

ତିରୁବନନ୍ତପୁରମ୍‌: କେରଳରେ ଲଗାତାର ବର୍ଷା ଜାରି ରହିବା ପରେ ବନ୍ୟା ପ୍ରପୀଡିତଙ୍କ ସାହାଯ୍ୟ ପାଇଁ ମସ୍‌ଜିଦ ନିଜ ଦ୍ୱାର ଖୋଲି ଦେଇଛି। ଏହି ମସ୍‌ଜିଦ୍‌ରେ ସମସ୍ତ ଜାତି ଓ ଧର୍ମର ଲୋକ ଆଶ୍ରୟ ନେଇ ପାରିବେ। କେରଳ ବନ୍ୟାରେ ପ୍ରପୀଡିତଙ୍କ ସାହାଯ୍ୟ ପାଇଁ ହିନ୍ଦୁ ସମେତ ଅନ୍ୟାନ୍ୟ ଧର୍ମ ପାଇଁ ମସଜିଦ୍‌ ନିଜର ଦ୍ୱାର ଖୋଲି ଦେଇଛି। ବନ୍ୟାର ସଙ୍କଟଜନକ ଅବସ୍ଥାକୁ ଦୃଷ୍ଟିରେ ରଖି ଉତ୍ତର ମଲପୁରମର ଏକ ମସଜିଦ୍‌ ୧୭ ନିସାହାରା ହିନ୍ଦୁ ପରିବାରକୁ ସାହାରା ଦେଇଛି। ଏଥିରେ ଆବାଳବୃଦ୍ଧବନୀତା ବି ସାମିଲ ଅଛନ୍ତି।

ଅଗଷ୍ଟ ଆଠରୁ କେରଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ଚଲିଆର ଗ୍ରାମର ଅକମପାଡମସ୍ଥିତ ଜୁମା ମସ୍‌ଜିଦ ସମସ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟି ଯାଇଛି। ଏଠାରେ ଆଶ୍ରୟ ନେଇଥିବା ବନ୍ୟା ପ୍ରପୀଡିତଙ୍କୁ କ୍ୟାଣ୍ଟିନ୍‌ରୁ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦିଆଯାଉଛି।

ଚାଲିଆର ଗ୍ରାମ ପଞ୍ଚାୟତର ପ୍ରମୁଖ ପିଟି ଉସ୍ମାନଙ୍କ କହିବାନୁସାରେ, ଜୁମା ମସ୍‌ଜିଦ୍‌ରେ ଯେଉଁ ୭୮ଜଣ ଲୋକ ସାହାରା ନେଇଛନ୍ତିି, ସେଥିମଧ୍ୟରୁ ଅଧିକାଂଶ ଲୋକ ହିନ୍ଦୁ ଅର୍ଥାତ୍‌ ୨୬ଟି ପରିବାର ହିନ୍ଦୁ ଅଛନ୍ତି।

ସମ୍ବନ୍ଧିତ ଖବର