ଏଡିଆର ରିପୋର୍ଟ : ୨ୟ ପର୍ଯ୍ୟାୟ ନିର୍ବାଚନରେ ଛିଡା ହୋଇଛନ୍ତି ୨୫୧ ଦାଗୀ ପ୍ରାର୍ଥୀ

ଭୁବନେଶ୍ୱର : ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ଓଡ଼ିଶା ଇଲେକ୍ସନ ଓ୍ଵାଚ ୨ୟ ପର୍ଯ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ପ୍ରାର୍ଥୀମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଆଦି ପୃଷ୍ଠଭୂମି ଉପରେ ବିଶ୍ଳେଷଣ କରାଯାଇଛି ।

ଏହି ରିପୋର୍ଟ ପ୍ରସ୍ତୁତି ପାଇଁ ସଂସ୍ଥା ପକ୍ଷରୁ ମୋଟ ୧୬୪୪ ରୁ ୧୫୯୦ ଜଣ ପ୍ରାର୍ଥୀଙ୍କ ପ୍ରଦତ୍ତ ସତ୍ୟପାଠର ବିଶ୍ଳେଷଣ କରାଯାଇଛି । ରିପୋର୍ଟରୁ ଜଣାପଡିଛି ଯେ ଏହି ୧୫୯୦ ଜଣଙ୍କ ମଧ୍ୟରୁ ୨୫୧ ଜଣ (୧୬%) ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ୧୬୭ ଜଣ ପ୍ରାର୍ଥୀଙ୍କର ( ୧୧%) ଗୁରୁତର ଅପରାଧିକ ମାମଲା ରହିଛି । ଗୁରୁତର ଅପରାଧର ଅର୍ଥ ହେଉଛି ଯେଉଁ ମାମଲାଟି ଜାମିନ ବିହୀନ ହୋଇଥିବ ଓ ସେଥିରେ ୫ ବର୍ଷରୁ ଅଧିକ ଜେଲଦଣ୍ଡର ବ୍ୟବସ୍ଥା ଥିବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଡିଏମକେର ସର୍ବାଧିକ ୪୬% ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏହି ଦଳର ୨୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ୨ୟ ସ୍ଥାନରେ ରହିଛି କଂଗ୍ରେସ । କଂଗ୍ରେସର ୫୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ଜଣ ଅର୍ଥାତ ( ୪୩ %)ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । କଂଗ୍ରେସ ପଛକୁ ରହିଛି ଶିବସେନା । ଏହାର ୧୧ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ବିଜେପିର ୫୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ ( ୩୧%)ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ।

ଅନ୍ୟପକ୍ଷରେ ରିପୋର୍ଟରେ କୁହାଯାଇଛି ଯେ ୧୫୯୦ ପ୍ରାର୍ଥୀଙ୍କ ମଧ୍ୟରୁ ୪୨୩ ଜଣ (ବା ୨୭ ପ୍ରତିଶତ) ପ୍ରାର୍ଥୀ ହେଉଛନ୍ତି କୋଟିପତି ।

ସମ୍ବନ୍ଧିତ ଖବର