ନୂଆ ଘର କିଣିଲେ ଆଲିଆ ଭଟ୍ଟ, ରଣବୀରଙ୍କ ସହ ଘର ବସାଇବାକୁ କରୁଛନ୍ତି କି ଯୋଜନା?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ଅପେକ୍ଷା ବେଶି ଚର୍ଚ୍ଚାରେ ରହିଥାନ୍ତି। କେବେ ତାଙ୍କ ପୋଷାକ, କେବେ ପ୍ରେମ ସଂପର୍କ ତ ପୁଣି କେବେ ପାରିବାରିକ ମାମଲା ନେଇ। ଏଥର ଆଲିଆ ଚର୍ଚ୍ଚାରେ ଅଛନ୍ତି ନିଜ ଘର କିଣା ନେଇ। ଜାଣିବାକୁ ମିଳିଛି ଯେ ଚୁଲ୍‌ବୁଲି ନାୟିକା ଆଲିଆ ଏକ ନୂଆ ଘର କିଣିଛନ୍ତି। ଏବେ ସେ ଯେଉଁ କୋଠାରେ ରହୁଛନ୍ତି ସେହି ସମାନ ବିଲ୍ଡିଂରେ ଘରଟି ଅଛି ବୋଲି ଜାଣିବାକୁ ମିଳିଛି।

ନିକଟରେ ଆଲିଆ ଏଟ୍‌ର୍‌ନାଲ୍‌ ସନ୍‌ସାଇନ୍‌ ପ୍ରଡକ୍ସନ ନାମରେ ନିଜର ଏକ ପ୍ରଯୋଜନା ସଂସ୍ଥା ଖୋଲିବେ ବୋଲି ଶୁଣିବାକୁ ମିଳିଥିଲା। ଏବେ ସେ ତାଙ୍କ ଘର କିଣା ନେଇ ଚର୍ଚ୍ଚାକୁ ଆସିଛନ୍ତି।

ତେବେ ସୋସିଆଲ୍‌ ମିଡିଆରେ କଥା ଉଠିଛି କି ଆଲିଆ ତାଙ୍କ ପ୍ରେମିକ ରଣବୀର କପୁରଙ୍କ ସହ ଭବିଷ୍ୟତରେ ରହିବା ପାଇଁ ଏହି ଘର କିଣିଛନ୍ତି। ମାତ୍ର ଏହାକୁ ଗୁଜବର ନାମ ଦେଇଛନ୍ତି ଆଲିଆ। ଭବିଷ୍ୟତକୁ ନେଇ ସେ ଏଯାଏ କିଛି ଭାବି ନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର