ବକ୍ସିଂରେ ଅମିତ ଜିଣିଲେ ସ୍ୱର୍ଣ୍ଣପଦକ, ଭାରତର ପଦକ ସଂଖ୍ୟା ୬୬

 

ଜାକର୍ତ୍ତା: ଇଣ୍ଡୋନେସିଆରେ ଖେଳାଯାଉଥିବା ୧୮ତମ ଏସିଆାନ ଗେମ୍‌ସ୍‌ରେ ଭାରତର ଅମିତ ପଙ୍ଘଲ ଭାରତ ପାଇଁ ବକ୍ସିଂରେ ସ୍ୱର୍ଣ୍ଣପଦକ ଜିଣିଛନ୍ତି୍‌ି। ଏହା ସହିତ ଭାରତ ଏସିଆନ ଗେମ୍‌ସରେ ଭାରତ ସ୍ୱର୍ଣ୍ଣ ପଦକ ସଂଖଢରା ୧୪ରେ ପହଞ୍ଚିିଛି। ଅମିତଙ୍କ ସ୍ୱର୍ଣ୍ଣ ପଦକ ସିତ ଭାରତ ଏସିଆନ ଗେମ୍ସରେ ତାର ସର୍ବକାଳୀନ ପଦକ ରେକର୍ଡ ମଧ୍ୟ ହାସଲ କରିଛି। ଅମିତ ପଙ୍ଘଳରେ ୪୯ କିଲୋଗ୍ରାମ ବର୍ଗର ବକ୍ସିଂ ଫାଇନାଲରେ ତାଙ୍କ ପ୍ରତିଦ୍ୱନ୍ଦୀ ଉଜବେକସ୍ତାନର ଏଚ୍‌ ଦୁସ୍ମାତୋଭଙ୍କୁ ୩-୨ ରେ ପରାସ୍ତ କରି ଏହି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି।
୧୮ତମ ଏସିଆନ୍‌ ଗେମ୍ସରେ ଭାରତ ବର୍ତ୍ତର୍ମାନ ସୁଦ୍ଧା ୬୬ଟି ପଦକ ପାଇଛି। ସେଥିମଧ୍ୟରେ ୧୪ଟି ସ୍ୱର୍ଣ୍ଣପଦକ ଥିବା ବେଳେ ୨୩ଟି ରୋପ୍ୟପଦକ ଓ ୨୯ଟି ବ୍ରୋଞ୍ଜ ପଦକ ରହିଛି। ଏହା ପୂବରୁ ଭାରତ ୨୦୧୦ ମସିହା ଏସିଆନ୍‌ ଅଲମ୍ପିକରେ ୬୫ଟି ପଦକ ପାଇଥିଲା। ଆଜି ଅମିତଙ୍କ ସ୍ୱର୍ଣ୍ଣ ପଦକ ସହିତ ଭାରତର ପଦକ ସଂଖ୍ୟା ପୂର୍ବର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି।

ସମ୍ବନ୍ଧିତ ଖବର