ଏସିଆକପ୍‌, କୋହଲିଙ୍କୁ ବିଶ୍ରାମ, ରୋହିତଙ୍କୁ ନେତୃତ୍ୱ

ମୁମ୍ବାଇ: ଆସନ୍ତା ଏସିଆ କପ୍‌ କପ୍‌ କ୍ରିକେଟ୍‌ ପାଇଁ ଆଜି ମୁମ୍ବାଇ ଠାରେ ଭାରତୀୟ ଦଳ ଚୟନ କରାଯାଇଛି।ଏଥିରେ ଭାରତର ନିୟମିତ ଅଧିନାୟକ ବିରାଟ କୋହଲୀଙ୍କୁ ବିଶ୍ରମ ଦିଆଯାଇଥିବା ବେଳେ ଭାରତୀୟ ଦଳର ନେତୃତ୍ୱ ନେବେ ରୋହିତ ଶର୍ମା। ଦଳର ୧୬ ଜଣିଆ ସ୍କ୍ଵାଡ୍‌ରେ ରୋହିତ ଶର୍ମା ଅଧିନାୟକ ଭାବେ ନିଯୁକ୍ତି ପାଇଥିିବା ବେଳେ ଶିଖର ଧାଓ୍ଵନଙ୍କଚୁ ଉପଅଧିନାୟକ ଭାବେ ମନୋନୀତ କରାଯାଇଛିି। ଦଳରେଏକମାତ୍ର ନୂଆ ମୁହଁ ଭାବେ ଖଲୀଲ ଅହମ୍ମଦ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

୫ ଥର ଏସିଆ କପ୍‌ ଚାମ୍ପିୟନ ଭାରତୀୟ ଦଳକୁ ଆହତ ଜନିତ ସମସ୍ୟାରୁ ବାଦ ପଡ଼ିଥିବା କେଦାର ଯାଦବ ଫେରିଥିବା ବେଳେ ଅମ୍ବାତି ରାଇଡୁ ମଧ୍ୟ ସୁଯୋଗ ପାଇଛନ୍ତି। ଆସନ୍ତା ସେପ୍ଟମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ ସହିତ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଛ ିଓ ଆସନ୍ତା ୧୯ ତାରିଖ ଦିନ ଭାରତ ପାକିସ୍ତାନକୁ ଭେଟିବ।
ଭାରତୀୟ ଦଳ- ରୋହିତ ଶର୍ମା( ଅଧିନାୟକ) ଶିଖର ଧାଓ୍ଵନ( ଉପଅଧିନାୟକ), କେ ଏଲ ରାହୁଲ, ଏଟି ରାଇଡୁ, ମନୀଷ ପାଣ୍ଡେ, କେଦାର ଯାଦବ, ଏମଏସ ଧୋନୀ, ଦିିନେଶ କାର୍ତ୍ତିକ, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ଵାଇ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର ଓ କଲୀଲ ଅହମ୍ମଦ।

ସମ୍ବନ୍ଧିତ ଖବର