ଏସିଆ କପ: ଆରମ୍ଭରୁ ଭଲ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୨ ରନ୍‌ରେ ହରାଇଲା ୩ଟି ଓ୍ଵିକେଟ, ସ୍କୋର ୧୦୯/୪

ଦୁବାଇ: ଏସିଆ କପ୍‌ର ସୁପର-୪ ମୁକାବିଲାରେ ଆଫଗାନିସ୍ତାନ ମଙ୍ଗଳବାର ଭଲ ବ୍ୟାଟି କରିଛି। ଓପନର ଦ୍ୱୟଙ୍କ ଉତ୍ତମ ବୁଝାମଣା ଯୋଗୁଁ ପ୍ରଥମ ଓ୍ଵିକେଟ୍‌ରେ ୬୫ ରନ୍‌ ଯୋଡ଼ିଥିବା ବେଳେ ସ୍କୋର ୮୨ ରନ୍‌ ବେଳକୁ ୪ଟି ମୂଲ୍ୟବାନ ଓ୍ଵିକେଟ୍‌ ହରାଇଛି। ଆଫଗାନିସ୍ଥାନ ୨ ରନ୍‌ରେ ୩ଟି ଓ୍ଵିକେଟ ହରାଇଛି। ରିପୋର୍ଟ ଲେଖାଯିବା ବେଳକୁ ଆଫଗାନିସ୍ତାନ ୨୦.୧ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୦୩ ରନ୍‌ ସଂଗ୍ରହ କରିଛି। ମୋହମ୍ମଦ ଶାହଜାଦ ୯୩ ରନ୍‌ରେ ବ୍ୟାଟିଂ ଜାରି ରଖିଛନ୍ତି।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସ୍କୋର ୬୫ ରନ୍‌ରେ ଭାରତର ପ୍ରଥମ ଶିକାର ହୋଇଥିଲେ ଜାଭେଦ ଅହମଦି(୫)। ସ୍କୋର ୮୧ ରନ୍‌ରେ ରସମତ ଶାହ, ୮୨ ରନ୍‌ରେ ହସମତତୁଲା ଓ ଅସଘର ଆଫଗାନ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ରବୀନ୍ଦ୍ର ଜାଦେଜାଙ୍କ ବଲରେ ଅହମଦି ଓ ରସମତ ଶାହ(୩) ଆଉଟ ହୋଇଥିଲେ। ସେହିଭଳି ହସମତତୁଲା(୦) ଓ ଅସଘର(୦)ଙ୍କୁ କୁଲଦୀପ ଯାଦବ ଆଉଟ କରିଥିଲେ। ଆଫଗାନିସ୍ତାନ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାତର ବୋଲିଂ କରିଥିଲା।

ସମ୍ବନ୍ଧିତ ଖବର