ପର୍ଥ ଟେଷ୍ଟ: ଲୟକୁ ଫେରିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆ ୧୫୩/୪

ନୂଆଦିଲ୍ଲୀ: ପର୍ଥ ଷ୍ଟାଡିୟମ ଠାରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ଟସ୍‌ ଜିଣି ଆଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ଦଳକୁ ବେଶ ସୁହାଇଛି। ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ କୌଣସି ଓ୍ଵିକେଟ ନ ହରାଇ ବେଶ୍‌ ଦୃଢ଼ତାର ସହିତ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଦଳର ଦୁଇ ଓପ୍‌ନର ନିଜ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ମଧ୍ୟାହ୍ନ ଭୋଜନ ପରେ ଭାରତୀୟ ବୋଲରମାନେ ଲୟକୁ ଫେରିିଛନ୍ତି। ପ୍ରଥମ ଓ୍ଵିକେଟ ଭାବେ ଜସ୍‌ପ୍ରିତ ବୁମ୍‌ରା ଆରୁନ ଫିଞ୍ଚ୍‌(୫୦ ରନ, ୬ଟି ଚୌକା)ଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍‌ କରିବା ପରେ ଅନ୍ୟତମ ଦୃତ ବୋଲର ଉମେଶ ଯାଦବ ହାରିସ୍‌ଙ୍କୁ ଅଜିଙ୍କ୍ୟ ରାହାନେଙ୍କ ଦ୍ୱାରା ଆଉଟ୍‌ କରି ଭାରତ ପାଇଁ ଦ୍ୱିତୀୟ ସଫଳତା ଆଣିଥିଲେ। ପରେ ପରେ ଅନୁମା ବିହାରୀ ଖଓ୍ଵାଜାଙ୍କୁ ଓ୍ଵିକେଟ କିପର ଋଷଭ ପନ୍ଥଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଭାରତକୁ ତୃତୀୟ ସଫଳତା ଦେଇଛନ୍ତି। ପରେ ଚା ପାନ ବିରତି ପରେ ଇଶାନ୍ତ ଶର୍ମା ହ୍ୟାଣ୍ଡସକମ୍ବଙ୍କୁ ସେକେଣ୍ଡ ସ୍ଲିପ୍‌ରେ କୋହଲିଙ୍କ ଦ୍ୱାରା କଢାଚ୍‌ ଆଉଟ୍‌ କରି ଭାରତକୁ ୪ର୍ଥ ସଫଳତା ଦେଇଛନ୍ତି। ଅଷ୍ଟ୍ରେଲିଆର ପ୍ରଥମ ଓ୍ଵିକେଟ ପାଇଁ ଭାରତୀୟ ବୋଲରମାନଙ୍କୁ ପ୍ରଥମ ଦିନ ଖେଳର ୩୬ତମ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା।
ଭାରତ ପର୍ଥର ଘାସ ପିଚ୍‌ରୁ ପ୍ରଥମ ବୋଲିଂ କରି ଫାଇଦା ଉଠାଇବାକୁ ଉଦ୍ୟମ କରିବ ବୋଲି ଅଧିନାୟକ ବିରାଟ କୋହଲି କହିଥିଲେ ମଧ୍ୟ ଭାରତୀୟ ବୋଲରମାନେ ଏଥିରେ ସଫଳ ହୋଇ ନ ଥିଲେ। ତେବେ ମଧ୍ୟହ୍ନ ଭୋଜନ ପରେ ଭାରତୀୟବୋଲରମାନେ ସଫଳତା ପାଇବା ସହିତ ପ୍ରଥମ ଦିନ ଖେଳର ୫୫ଓଭରରେ ଅଷ୍ଟ୍ରେଲିଆ ଦଳ ୪ ଓ୍ଵିକେଟ ହରାଇ ସଂଗ୍ରହ କରିଛି ୧୫୩ ରନ।
ସୂଚନାଯୋଗ୍ୟ ଯେ ପ୍ରଥମ ମ୍ୟାଚ୍‌ରେ ବିଜୟ ଲାଭ କରିଥିବା ଭାରତ ମନସ୍ତାତ୍ୱିକ ଦୃଷ୍ଟିରୁ ବେଶ୍‌ ଭଲ ସ୍ଥିତିରେ ରହିଛି। ଏହି ଟେଷ୍ଟ ଜିଣି ଅଷ୍ଟ୍ରେଲିଆ ସ୍ଥିତି ବରାବର କରିବା ଳକ୍ଷ୍ୟରେ ଥିବା ବେଳେ ଭାରତ ଅଷ୍ଟ୍ରେଲିଆକୁ ସେ ସୁଯୋଗ ଦେବା ମାନସିକତାରେ ନାହିଁ। ତେଣୁ ପର୍ଥ ଟେଷ୍ଟ ବେଶ୍‌ ରୋମାଞ୍ଚକର ହେବ ବୋଲି କୁହାଯାଉଛି। ସାଧାଣଣତଃ ପର୍ଥ ଗ୍ରାଉଣ୍ଡରେ ଲୋ ସ୍କୋର ମ୍ୟାଚ୍‌ ହୋଇଥାଏ। ତେଣୁ ଏଠାରେ ବୋଲରଙ୍କ କମାଲ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର