କୁମ୍ଭ ମେଳାରେ ବିଭିନ୍ନ ଶିବିର ବୁଲି ନାଗାବାବାମାନଙ୍କୁ ଗଞ୍ଜେଇ ଦାନ ମାଗୁଛନ୍ତି ବାବା ରାମଦେବ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଏବେ ଚାଲିଛି ବିଶ୍ୱର ସର୍ବବୃହତ ଧାର୍ମିକ ମେଳା କୁମ୍ଭ ମେଳା । ଏହି ମେଳାକୁ ଦେଶବିଦେଶରୁ ଲକ୍ଷ ଲକ୍ଷ ହିନ୍ଦୁ ସନ୍ୟାସୀ ଓ ଭୀକ୍ଷୁ ଆସିଛନ୍ତି । ତେବେ ମେଳାର ମୁଖ୍ୟ ଆକର୍ଷଣ ହେଉଛନ୍ତି ନାଗା ସନ୍ୟାସୀ । ନାଗା ସନ୍ୟାସୀଙ୍କ ଗଞ୍ଜେଇ ଚିଲମ ଟାଣିବା ଏକ ସାଧାରଣ କଥା ।

କେତେକ ସନ୍ୟାସୀ ଗେଞ୍ଜେଇକୁ ସ୍ୱୟଂ ବାବା ଭୋଳାନାଥଙ୍କ ପ୍ରସାଦ ବୋଲି କହି ସେବନ କରନ୍ତି । କିନ୍ତୁ ବାବା ମାନଙ୍କର ଏହି କୁଅଭ୍ୟାସ ଛଡେଇବାକୁ ଏକ ଅଭିଯାନ ଆରମ୍ଭ କରିଛନ୍ତି ବାବା ରାମଦେବ । କୁମ୍ଭକୁ ନିଶାମୁକ୍ତ କରିବାକୁ ବାବା ରାମଦେବ ସଂକଳ୍ପ କରିଛନ୍ତି । ବିଭିନ୍ନ ଅଖାଡାର ଶିବିର ବୁଲି ସେ ଗଞ୍ଜେଇ ଦାନ ମାଗୁଛନ୍ତି । ଅର୍ଥାତ ନାଗା ସନ୍ୟାସୀମାନଙ୍କଠାରେ ଥିବା ଗଞ୍ଜେଇ ତାଙ୍କୁ ପ୍ରଦାନ କରିବାକୁ ସେ ନିବେଦନ କରୁଛନ୍ତି । ଏଥିରେ ସେ ସଫଳତା ମଧ୍ୟ ପାଉଛନ୍ତି । ଅନେକ ବାବା ଗଞ୍ଜେଇ ଛାଡ଼ିବାକୁ ରାଜି ହୋଇଥିବା ସେ କହିଛନ୍ତି । ଗତ ମକର ସଂକ୍ରାନ୍ତିଠାରୁ ପବତ୍ର କୁମ୍ଭ ମେଳା ଆରମ୍ଭ ହୋଇଛି ଓ ଏହା ମାର୍ଚ୍ଚ ୪ରେ ସମାପ୍ତ ହେବ ।

ସମ୍ବନ୍ଧିତ ଖବର