ପରାଜୟ ପରେ ମୁଖ୍ୟମନ୍ତ୍ରୀ ଓ ଅନୁଭବଙ୍କୁ ଶୁଭେଚ୍ଛା ଜଣାଇଲେ ବୈଜୟନ୍ତ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପରାସ୍ତ ହେବାପରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୟୀ ପ୍ରାର୍ଥୀ ବିଜେଡିର ଅନୁଭବ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ଵିଟ କରି ସେ ଲେଖିଛନ୍ତି ଯେ “ ବିଜେଡିର ବିଜୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ ଅନୁଭବ ମହାନ୍ତିଙ୍କୁ ମଧ୍ୟ ଶୁଭେଚ୍ଛା । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ “କେନ୍ଦ୍ରାପଡ଼ାବାସୀ ମୋତେ ଦେଇଥିବା ସ୍ନେହ ଓ ସଦିଚ୍ଛା ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ । ୯ ବର୍ଷ ପାଇଁ ସଂସଦରେ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଥିବାରୁ ମଧ୍ୟ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ।

 

ଏହା ପୂର୍ବରୁ ସେ ନିଜ ଦଳ ବିଜେପିର ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଚଳିତ ନିର୍ବାଚନକୁ ସେ ଏକ ଐତିହାସିକ ନିର୍ବାଚନ ବୋଲି ବର୍ଣ୍ଣନା କରିଛନ୍ତି ।

ସମ୍ବନ୍ଧିତ ଖବର