୧୫ ବର୍ଷ ବୟସରୁ ରୋଷେଇ କରୁଛି, ରାନ୍ଧିବାକୁ ଭଲ ଲାଗେ: ଅଯୋଧ୍ୟାରେ ସ୍କୁଲ୍‌ ପିଲାଙ୍କୁ କହିଲେ ପ୍ରିୟଙ୍କା ଗାନ୍ଧୀ

ଅଯୋଧ୍ୟା: ଶୁକ୍ରବାର ଦିନ ଫୈଜାବାଦ ଠାରେ ସନ୍‌ବିମ୍‌ ସ୍କୁଲ୍‌ର ପିଲାମାନଙ୍କ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ରୋଷେଇବାସ ତାଙ୍କୁ ଭଲ ଲାଗେ ଏବଂ ଘରେ ଥିବା ବେଳେ ସେ ରନ୍ଧାବଢ଼ା କରନ୍ତି। ୧୫ ବର୍ଷ ବୟସରୁ ସେ ରାନ୍ଧି ଆସୁଛନ୍ତି।

ସେ ଇତାଲୀୟ ଏବଂ ଥାଇ ରୋଷେଇରେ ପ୍ରବୀଣା। ସେ ରୋଷେଇ କରି ଜାଣନ୍ତି ନା, ନାହିଁ ବୋଲି ଜଣେ ଛାତ୍ର ପଚାରିବାରୁ ସେ କହିଲେ: ମୁଁ ଜଣେ ଉତ୍ତମ ପାଚିକା ଏବଂ ୧୫ ବର୍ଷ ବୟସରୁ ରୋଷେଇ କରି ଆସୁଛି। ମୋତେ ଇତାଲୀୟ ଖାଦ୍ୟ ରାନ୍ଧିବାକୁ ଭଲ ଲାଗେ। ମୁଁ ଉତ୍ତମ ଇତାଲୀୟ ଓ ଥାଇ ଖାଦ୍ୟ ରାନ୍ଧି ପାରେ। ଯେତେବେଳେ ମୁଁ ଘରେ ଥାଏ , ମୋତେ ରାନ୍ଧିବାକୁ ଭଲ ଲାଗେ।

ତାଙ୍କର ସ୍ୱପ୍ନ କିଂବା ଭବିଷ୍ୟତ ଭାରତ ଲାଗି ତାଙ୍କର ଲକ୍ଷ୍ୟ କଥା ପଚରାଯିବାରୁ ସେ କହିଲେ, ଧର୍ମ ଉପରେ ପ୍ରଶ୍ନ ନ ଉଠୁଥିବା ଭାରତ ମୁଁ ଦେଖିବାକୁ ଚାହେଁ। ମୁଁ ଏ ଭଳି ଭାରତ ଦେଖିବାକୁ ଚାହେଁ ଯେଉଁଠି ନାରୀ ପୁରୁଷ ସହ ସମକକ୍ଷ ହୋଇଥିବେ। ଆଜି ଯେମିତି ମହିଳାମାନଙ୍କ ପ୍ରତି ଆଚରଣ କରାଯାଉଛି, ସେମିତି ହେଉ ନ ଥିବା ଭାରତ ମୁଁ ଦେଖିବାକୁ ଚାହେଁ। ମୁଁ ଏ ଭଳି ଭାରତ ଦେଖିବାକୁ ଚାହୁଁଛି ଯେଉଁଠି କେବଳ ସମ୍ବିଧାନରେ ସମସ୍ତଙ୍କ ଅଧିକାର ସମାନ ନ ଥିବ, କିନ୍ତୁ ସେ ସମାନତା ଅଧିକାର କାହିଁ। ସେ ଅଧିକାର ଦେଶକୁ ପ୍ରଭାବିତ କରି ପରିବର୍ତ୍ତ କରି ପାରୁଥିବ। ତୁମ ଭଳି ପିଲାଏ ଯାହା ଚାହୁଁଛ ତାହା ହାସଲ କରିବାକୁ ସମର୍ଥ ହେବା ଭଳି ହେଉଛି ମୋ ସ୍ୱପ୍ନର ଭାରତ।

ଶୁକ୍ରବାର ଦିନ ଅଯୋଧ୍ୟାରେ ପ୍ରିୟଙ୍କା ଗାନ୍ଧୀ ଏକ ରୋଡ୍‌ ସୋ’ କରିଥିଲେ।

ସମ୍ବନ୍ଧିତ ଖବର