ପାଟକୁରାରେ ସରକାରୀ ରିଲିଫ୍‌ରେ ବିଜେଡିର ଦଳୀୟ ଚିହ୍ନ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପିର ୮ ଜଣିଆ ଟିମ୍‌

ପାଟକୁରା: ବିଜେଡି ବିରୋଧରେ ଅଭିଯୋଗ ନେଇ ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭେଟିଛି ବିଜେପି। ପାଟକୁରାରେ ସରକାରୀ ରିଲିଫ୍‌ରେ ବିଜେଡିର ଦଳୀୟ ଚିହ୍ନ ଥିବା ଅଭିଯୋଗ ଆଣି ନିର୍ବାଚନ କମିସନରଙ୍କ ନିକଟରେ ଫେରାଦ ହୋଇଛି ବିଜେପି।

ବିଜେପିର ଏକ ୮ ଜଣିଆ ଟିମ୍‌ ମିଶି ନିର୍ବାଚନ ଅଧିକାରୀଙ୍କୁ ଭେଟି ପାଟକୁରାରେ ମେ ୧୯ରେ ହେବାକୁ ଥିବା ମତଦାନକୁ ନେଇ ନିଜର ଚିନ୍ତା ପ୍ରକଟ କରିଛି। ପାଟକୁରା ସାନି ମତଦାନରେ ରିଂଗି ଓ ଟାମ୍ପରିଂ ଆଶଙ୍କା ରହିଛି ବୋଳି ବିଜେପି ପକ୍ଷରୁ କୁହାଯାଇଛି। ସବୁ ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ବିଜେପି ଦାବି କରିଛି।

ସମ୍ବନ୍ଧିତ ଖବର