ପେଟ୍ରୋଲ ପମ୍ପ ମାଲିକଙ୍କ ଟଙ୍କା କାରବାର ନେଇ ସିଇଓଙ୍କୁ ଫେରାଦ ଦେଲା ବିଜେଡି

ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସିରେ ୨୪ ଘଣ୍ଟିଆ ଲାଇଭ୍‌ ସିସିଟିଭି ବ୍ୟବସ୍ଥା ଦାବି

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଗୁଡରପାଲିଠାରେ ମଙ୍ଗଳବାର ଏକ କାରରୁ ଜବତ ହୋଇଥିବା ୨ ଲକ୍ଷ ନଗଦ ଟଙ୍କା ଓ ବିଜେପି ପତାକାର ରହସ୍ୟ ଖୋଲି ଯାଇଛି। ଜବତ କାରର ମାଲିକ ସଂଜିବ ମହାପାତ୍ର ଜଣେ ପେଟ୍ରୋଲ ପମ୍ପ ମାଲିକ। ବିଜେପୁରର ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ସମର୍ଥକ ଭାବେ ସେ ଜଣାଶୁଣା।

ପୁଲିସ ହାତରେ ଧରାପଡ଼ିବା ପରେ ତାଙ୍କ ପାଖରେ ଏତେ ଟଙ୍କା କାହିଁକି ରଖିଥିଲେ ତାହାର ଜବାବ ଦେଇପାରି ନାହାନ୍ତି। ତେବେ ତାହା ଯେ, ବିଜେପୁର ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଆସୁଥିଲା ସ୍ପଷ୍ଟ ହୋଇଯାଇଛି। ନିର୍ବାଚନ ବେଳେ ପେଟ୍ରୋଲ ପମ୍ପ ମାଲିକମାନେ ଟଙ୍କା ଗଚ୍ଛିତ କରି ଲୋକଙ୍କୁ ବାଣ୍ଟିବା ଦାୟିତ୍ୱ ନେଇଥିବା ନେଇ ପୂର୍ବରୁ ବିଜୁ ଜନତା ଦଳ ନିର୍ବାଚନ କମିସନଙ୍କୁ ସର୍ତ୍ତକ କରିଥିଲା।

ଏବେ ତାହା ସତ୍ୟ ପ୍ରମାଣିତ ହେଲା ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜଣାଇଛି। ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସିରେ ୨୪ ଘଣ୍ଟିଆ ଲାଇଭ୍‌ ସିସିଟିଭି କ୍ୟାମେରା ବ୍ୟବସ୍ଥା କରିବା ପାଇଁ ବିଜେଡି ଦାବି କରିଛି।

ସମ୍ବନ୍ଧିତ ଖବର