ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶ ଉଠିଲା : ସଂଧ୍ୟାରେ ନବୀନଙ୍କୁ ଭେଟିବେ ପ୍ରଫୁଲ୍ଲ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ  ପ୍ରଫୁଲ୍ଲ ଘଡାଇଙ୍କ ଉପରୁ ବିଜେଡି  ବହିଷ୍କାର କଟକଣା ଉଠାଇ ଦେଇଛି ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦାର ପୂର୍ବତନ ବିଧାୟକ  ପ୍ରଫୁଲ୍ଲ ଘଡାଇଙ୍କୁ ୨୦୧୪ ସେପ୍ଟେମ୍ବରରେ ଦଳରୁ ବହିଷ୍କାର କରିଥିଲେ ବିଜେଡି ସୁପ୍ରିମୋ । ଆଜି ଏହି ଖବର ପ୍ରକାଶ ପାଇବା ପରେ ପ୍ରଫୁଲ୍ଲ ଘଡାଇ ମୁଖ୍ୟମନ୍ତ୍ରୀଙ୍କୁ ସଂଧ୍ୟାରେ ଭେଟିବେ ବୋଲି ଜଣାପଡ଼ିଛି।

ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ପାଇଁ ବିଜେଡିରୁ ବହିଷ୍କାର ହୋଇଥିଲେ ପ୍ରଫୁଲ୍ଲ । ଏପରିକି ତାଙ୍କୁ ଗତ ନିର୍ବାଚନରେ ଟିକେଟ ମଧ୍ୟ ଦେଇନଥିଲା ଦଳ । ତାଙ୍କ ବଦଳରେ ପୁଅ ପ୍ରୀତିରଞ୍ଜନ ଘଡାଇଙ୍କୁ ଦଳ ସୁକିନ୍ଦାରୁ ପ୍ରାର୍ଥୀ କରିଥିଲା । ଦଳରୁ ବହିଷ୍କାର ହେବା ପରେ ମଧ୍ୟ ପ୍ରଫୁଲ୍ଲ ବିଜେଡି ପ୍ରତି ଲଗାତାର ଆନୁଗତ୍ୟ ଦେଖାଇ ଆସିଛନ୍ତି । ଅନ୍ୟ ଦଳକୁ ନଯାଇ ବିଜେଡି ପାଇଁ କାମ କରି ଆସୁଥିଲେ ପ୍ରଫୁଲ୍ଲ ।

ଆଉ ଯେତେବେଳେ ଆଗାମୀ ନିର୍ବାଚନ  ଜିତିବା ପାଇଁ ବିଜେଡି ରଣନୀତି କରୁଛି ସେତେବେଳେ ପ୍ରଫୁଲ୍ଲଙ୍କ ଭଳି ଅନୁଭବୀ ନେତାଙ୍କର ଆବଶ୍ୟକତା ଅନୁଭବ କରିଛି ଦଳ । ଆଉ ତାଙ୍କୁ ପୁଣିଥରେ ଦଳକୁ ଫେରାଇ ଆଣିଛନ୍ତି ବିଜେଡି ସୁପ୍ରିମୋ । ତେବେ ନିର୍ବାଚନରେ ପ୍ରଫୁଲ୍ଲ ପ୍ରାର୍ଥୀ ହେବେ ନା କ୍ରାଇସିସ ମ୍ୟାନେଜର ଭୂମିକାରେ ନଜର ଆସିବେ ତାହା ଉପରେ ନଜର ରହିବ ।

ସମ୍ବନ୍ଧିତ ଖବର