୨ ଲୋକସଭା ଓ ୭ ବିଧାନସଭା ଆସନ ପାଇଁ ବିଜେଡି ଟିକେଟ୍‌ ଘୋଷଣା କଲେ ନବୀନ

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାର ୨ ଲୋକସଭା ଓ ୭ ବିଧାନସଭା ଆସନ ପାଇଁ ବିଜେଡି ଟିକେଟ୍‌ ଘୋଷଣା କରିଛନ୍ତି। ଆଜିର ଏହି ଘୋଷଣା ସହିତ ବିଜେଡି ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେବାର କାର୍ଯ୍ୟକ୍ରମ ଶେଷ କରିଛି।

ଆଶାୟୀ ପ୍ରାର୍ଥୀମାନେ ପୂର୍ବରୁ ଅନୁମାନ କରୁଥିଲେ ଯେ, ଆଜି ଅନ୍ତିମ ପର୍ଯ୍ୟାୟରେ ସମସ୍ତ ଆସନ ପାଇଁ ପ୍ରାର୍ଥୀଙ୍କର ନାମ ଘୋଷଣା ହୋଇଯିବ। ଭୁବନେଶ୍ୱରରେ ପ୍ରିୟଦର୍ଶୀ ମିଶ୍ର ଏବଂ ବିଜୟ ମହାନ୍ତିଙ୍କୁ ଟିକେଟ ଦେଇନାହିଁ। ତାଙ୍କ ବଦଳରେ ସୁଶାନ୍ତ କୁମାର ରାଉତ ଏବଂ ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ ମିଳିଛି।

୨ ଲୋକସଭା ଆସନ:

୨) ଢେଙ୍କାନାଳ: ମହେଶ ସାହୁ
୩) କେନ୍ଦୁଝର: ଚନ୍ଦ୍ରାଣୀ ମୁର୍ମୁ

୭ ବିଧାନସଭା ଆସନ:

୧) କୋରେଇ: ଅଶୋକ ବଳ
୨) ଯାଜପୁର: ପ୍ରଣବ ପ୍ରକାଶ ଦାସ
୩) ଆଠମଲ୍ଲିକ: ରମେଶ ସାଇ
୪) ପାଲଲହଡା: ମୁକେଶ ପାଲ୍
୫) ଖଣ୍ଡପଡା: ସୌମ୍ୟରଂଜନ ପଟ୍ଟନାୟକ
୬) ଭୁବନେଶ୍ୱର (ମଧ୍ୟ): ଅନନ୍ତ ନାରାୟଣ ଜେନା
୭) ଭୁବନେଶ୍ୱର (ଉତ୍ତର): ସୁଶାନ୍ତ କୁମାର ରାଉତ

ସମ୍ବନ୍ଧିତ ଖବର