ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା : ବାରାଣାସୀରୁ ଲଢିବେ ମୋଦି

ନୂଆଦିଲ୍ଲୀ  : ବିଜେପି ପକ୍ଷରୁ ଆଗାମୀ ଲୋକସଭା ପାଇଁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ଏହି ତାଲିକା ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ମୋଟ ୧୮୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତଥର ଭଳି ବାରାଣାସୀରୁ ନିର୍ବାଚନ ଲଢିବେ । ବିଜେପି ଅଧ୍ୟକ୍ଷ ଅମିତ ଶାହା ଗାନ୍ଧୀନଗରରୁ ନିର୍ବାଚନ ଲଢିବେ । ସେହିପରି ସ୍ମୃତି ଇରାନୀ ଆମେଥୀରୁ ନିର୍ବାଚନ ଲଢିବେ । ଗାଜିଆବାଦରୁ ଜେନେରାଲ ଭି.କେ.ସିଂ ଲଢିବେ ।

ସଂପୂର୍ଣ୍ଣ ତାଲିକା ପାଇଁ ଏଠାରେ କ୍ଲିକ କରନ୍ତୁ

1st PRESS RELEASE of Lok Sabha Election 2019 on 21.03.2019

ସମ୍ବନ୍ଧିତ ଖବର