ଉତ୍ତରପ୍ରଦେଶର ୨୯ଟି, ପଶ୍ଚିମବଙ୍ଗର ୧୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ପିଲିଭିଟରୁ ବରୁଣ ଗାନ୍ଧି

ସୁଲତନପୁରରୁ ଲଢ଼ି.ବେ ମେନକା ଗାନ୍ଧି

ନୂଆଦିଲ୍ଲୀ : ବିଜେପି ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର କେତେକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଉତ୍ତରପ୍ରଦେଶର ୨୯ଟି ଓ ପଶ୍ଚିମବଙ୍ଗର ୧୦ଟି ଆସନ ପାଇଁ ଦଳ ଏହି ଘୋଷଣା କରିଛି  । ବିଜେପିରେ ଆଜି ଯୋଗ ଦେଇଥିବା ବଲିଉଡ ଅଭିନେତ୍ରୀ ଜୟାପ୍ରଦା ରାମପୁର ଆସନରୁ ଲଢିବେ । ସେ ସମାଜବାଦୀ ପାର୍ଟି ନେତା ଆଜମ ଖାଁଙ୍କ ବିରୋଧରେ ଲଢିବେ ।

ଆଉ ଏକ ଗୁରୁପୂର୍ଣ୍ଣ କଥା ହେଉଛି ଯେ ରାହୁଲ ଗାନ୍ଧିଙ୍କ ଭାଇ ତଥା କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧିଙ୍କ ପୁଅ ବରୁଣ ଗାନ୍ଧିଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିଛି । ସେ ପିଲିଭିଟ ଆସନରୁ ଲଢିବେ । ସେ କଂଗ୍ରେସରେ ମିଶିବେ ବୋଲି କିଛି ଦିନ ତଳେ ଚର୍ଚ୍ଚା ଉଠିଥିଲା । କିନ୍ତୁ ତାଙ୍କ ନାଁ ପ୍ରାର୍ଥୀ ତାଲିକାରେ ପ୍ରକାଶ ପାଇବା ପରେ ଏହି ଚର୍ଚ୍ଚାର ଅବସାନ ହୋଇଛି । ସେହିପରି ସୁଲତନପୁରରୁ ତାଙ୍କ ମା’ ମେନକା ଗାନ୍ଧି ଲଢିବେ । ଆହ୍ଲାବାଦ ଆସନରୁ ରୀତା ବହୁଗୁଣା ଜୋଶୀଙ୍କୁ ଦଳ ପ୍ରାର୍ଥୀ କରିଛି ।

ସମ୍ବନ୍ଧିତ ଖବର