ବିଜେପି ସିଇସି ବୈଠକ : ପୁରୀରୁ ଲଢିବେ ସଂବିତ ପାତ୍ର, ଆମେଥିରୁ ସ୍ମୃତି ଇରାନୀ !

ନୂଆଦିଲ୍ଲୀ ; ଏଠାରେ ଥିବା ବିଜେପି ମୁଖ୍ୟାଳୟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା, ଗୃହମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜ, ନିତିନ ଗଡକରୀ ପ୍ରମୁଖ ଯୋଗ ଦେଇଛନ୍ତି ।

ANI

ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା ସମେତ ୧୦ଟି ରାଜ୍ୟର ଲୋକସଭା ଆସନ ସଂପର୍କରେ ନିଷ୍ପତ୍ତି ନିଆଯାଉଛି । ଓଡ଼ିଶାର ପୁରୀ ଲୋକସଭା ଆସନରୁ ସଂବିତ ପାତ୍ର, ବିହାରର ପାଟନାସାହିବରୁ ରବି ଶଙ୍କର ପ୍ରସାଦ ଓ ଉତ୍ତରପ୍ରଦେଶର ଆମେଥିରୁ ସ୍ମୃତି ଇରାନୀ ଲଢିବେ । ବୈଠକ ପରେ ଏ ନେଇ ଦଳ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯିବ ।

ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସିର ଏହା ହେଉଛି ୨ୟ ବୈଠକ । ପୂର୍ବରୁ ଦଳ ଉଧମପୁର-ଦୋଡାରୁ ଡଃ ଜିତେନ୍ଦ୍ର ସିଂ, ଜାମ୍ମୁ ପୁଂଚରୁ ଯୁଗଳ କିଶୋର ଶର୍ମା ଓ ବାରାମୁଲା-କୁପଓ୍ବାଡା ଲୋକସଭା ଆସନ ପାଇଁ ମହମ୍ମଦ ମକବୁଲ ଓ୍ବାରଙ୍କ ନାମ ଘୋଷଣା କରିସାରିଛି ।

ସମ୍ବନ୍ଧିତ ଖବର