ଓଡ଼ିଶାର ଗୋଟିଏ ଲୋକସଭା ଓ ୨ଟି ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ: ଓଡ଼ିଶାର ଗୋଟିଏ ଲୋକସଭା ଆସନ ସହ ୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଜଗତସିଂହପୁର ଲୋକସଭା ଆସନ ପାଇଁ ବିଭୁପ୍ରସାଦ ତରାଇଙ୍କୁ ଟିକେଟ୍ ଦେଇଛି ଦଳ । ସେହିପରି  କେନ୍ଦ୍ରାପଡ଼ା ବିଧାନସଭା ଆସନରେ ସୁନାକର ବେହେରା ଓ କାକଟପୁର ବିଧାନସଭା କ୍ଷେତ୍ର ପାଇଁ ରବି ମଲ୍ଲିକଙ୍କୁ ଟିକେଟ୍ ଦେଇଛି ବିଜେପି ।

ଅନ୍ୟପଟେ ଚତୁର୍ଥ ପର୍ଯ୍ୟାୟ ପାଇଁ ନାମାଙ୍କନ ପ୍ରକ୍ରିୟା ଚାଲୁ ରହିଥିବାବେଳେ ବିଜେପିର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଏବଂ ଲୋକସଭା ପ୍ରାର୍ଥୀ ତାଲିକାରେ ଓଡ଼ିଶାର ଗୋଟିଏ ଲୋକସଭା ଓ ୨ଟି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ ।

ସମ୍ବନ୍ଧିତ ଖବର