ଡିଆଇଜି ଆଶିଷ ସିଂଙ୍କ ନାଁରେ ନିର୍ବାଚନ ଆୟୋଗଙ୍କ ଠାରେ ଫେରାଦ ହେଲା ବିଜେପି
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ସୋମବାର ଡିଆଇଜି ଆଶିଷ ସିଂଙ୍କ ନାଁରେ ନିର୍ବାଚନ ଆୟୋଗଙ୍କ ଠାରେ ଫେରାଦ ଦେଇଛି। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏହି ଅଭିଯୋଗ ଆଣିଥିବା ଜଣାପଡ଼ିଛି। ଅଭିଯୋଗରେ ଅରୁଣ ସିଂ ଦର୍ଶାଇଛନ୍ତି ଯେ, ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ନବୀନ ପଟ୍ଟନାୟକଙ୍କ ଏଜେଣ୍ଟ ସାଜିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀ ଆଶିଷ ସିଂ ଆମ କାର୍ଯ୍ୟକର୍ତ୍ତାଙ୍କୁ ହୋଟେଲକୁ ଡାକି ଧମକ ଦେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଶିଷ ସିଂଙ୍କ ବାବଦରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉ ନାହିଁ। ତେଣୁ କାର୍ଯ୍ୟାନୁଷ୍ଠାନ ଦାବି କରି ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରୁଛୁ। ଅରୁଣ ସିଂ କହିଛନ୍ତି ଯେ, ସିଡିପିଓମାନେ ମଧ୍ୟ ବିଜେଡି ଏଜେଣ୍ଟ ଭଳି କାମ କରୁଛନ୍ତି। ତେଣୁ ସଂପୃକ୍ତ ସିଡିପିଓମାନଙ୍କୁ ଅନ୍ୟତ୍ର ବଦଳି କରାଯାଉ। ମୁଖ୍ୟ ନିର୍ବାଚନ ଅଧିକାରୀ ଠିକ ଭାବରେ କାମ କରୁ ନାହାନ୍ତି। ତେଣୁ ତାଙ୍କୁ ହଟାଯାଉ ବୋଲି ବଜେପି ଦାବି କରିଛି।