ବିଜେପିକୁ ବିରୋଧ ଦେଶଦ୍ରୋହ ନୁହେଁ : ଆଡଭାନୀ

0

ନୂଆଦିଲ୍ଲୀ : ଏଥର ନିର୍ବାଚନରେ ଟିକେଟ ପାଇନଥିବା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି ଦଳର ମୁଖିଆମାନଙ୍କୁ ଏପରି ଏକ ତେରେଛା ବାଣ ମାରିଛନ୍ତି, ଯେ ସେମାନେ ଅପ୍ରସ୍ତୁତ ହୋଇପଡିଛନ୍ତି । ଆସନ୍ତା ୬ରେ ବିଜେପି ପ୍ରତିଷ୍ଠା ଦିବସ ପାଳନର ଦୁଇ ଦିନ ପୂର୍ବରୁ ସେ ଏକ ବ୍ଲଗ୍‌ ଲେଖି କହିଛନ୍ତି ଯେ ଯେଉଁମାନେ ବିଜେପିକୁ ବିରୋଧ କରୁଛନ୍ତି ସେମାନେ ଦେଶଦ୍ରୋହୀ ନୁହଁନ୍ତି । ତାଙ୍କ ଦଳ କେବେମଧ୍ୟ ନିଜର ବିରୋଧୀମାନଙ୍କୁ ଶତ୍ରୁଭାବରେ ଦେଖୁନଥିଲା, ବରଂ ସେମାନଙ୍କୁ ପ୍ରତିପକ୍ଷଭାବେ ଦେଖୁଥିଲା । ଭାରତୀୟ ଗଣତନ୍ତ୍ରର ମୂଳଭିତ୍ତି ହେଉଛି ବିିବିଧତା ଓ ମତ ପ୍ରକାଶ କରିବାର ସ୍ୱାଧିନତା । ଯେଉଁମାନେ ବିଜେପିସହ ଏକମତ ନଥିଲେ ସେମାନଙ୍କୁ କେବେହେଲେ ଦେଶଦ୍ରୋହୀ ବୋଲି ମନେକରାଯାଉନଥିଲା ।
ଏକ ଦଳୀୟ ନିଷ୍ପତ୍ତିକ୍ରମେ ବିଜେପି ୭୫ ବର୍ଷରୁ ଅଧିକ ବୟସର ପ୍ରାର୍ଥୀମାନଙ୍କୁ ଟିକେଟ ଦେଉନାହିଁ । ଏଥର ବିଜେପି ଆଡଭାନୀଙ୍କ ଗାନ୍ଧିନଗର ସିଟକୁ ଦଳର ସଭାପତି ଅମିତ ଶାହାକୁ ପ୍ରଦାନ କରିଛି । ଏହାକୁ ନେଇ ଦଳକୁ ବିରୋଧୀମାନେ ଟାର୍ଗେଟ କରିଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.