୪୦ ଜଣିଆ ପ୍ରଚାରକ ତାଲିକା ଜାରି କଲା ରାଜ୍ୟ ବିଜେପି, ତାଲିକାରେ ମୋଦି, ଯୋଗୀଙ୍କ ପରି ଷ୍ଟାର ପ୍ରଚାରକ
ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ଓଡ଼ିଶା ବିଜେପି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ବିଜେପି ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ସ୍ମୃତି ଇରାନୀ, ପ୍ରକାଶ ଜାବଡେକର, ଜୁଏଲ ଓରାମ, ଶିବରାଜ ସିଂ ଚୌହାନ, ରମନ ସିଂ, ଅର୍ସଂଜୁନ ମୁଣ୍ଡା, ସଂପାଦକ ସୁରେଶ ପୁଜାରୀ, ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ନେତା ଦାମ ରାଉତ, ସଂବିତ ପାତ୍ର, ହେମାମାଳିନୀ, ଅନୁଚୌଧୁରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ଗିରିଧାରୀ ଗୋମାଙ୍ଗୋ ପ୍ରମୁଖ ରହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏମାନଙ୍କ ବ୍ୟତୀତ ସୁରମା ପାଢୀ, ପ୍ରତାପ ଷଡଙ୍ଗୀ, ରଂଜନ ପଟେଲ, ଶ୍ରୀତମ ଦାସ, ପିଙ୍କି ପ୍ରଧାନ,ମାନସ ମହାନ୍ତି,ବିଶ୍ବ ଭୂଷଣ ହରିଚନ୍ଦନ,ଅପରାଜିତା ମହାନ୍ତି, ଅମିତାଭ ଚକ୍ରବର୍ତ୍ତି,ମିହିର ଦାସ, ଗୋଲକ ମହାପାତ୍ର,ସମୀର ମହାନ୍ତି, ପ୍ରତାପ ଷଡଙ୍ଗୀ, ଅଶ୍ରୁମୋଚନ ମହାନ୍ତି, କେ.ଭି.ସିଂଦେଓ ପ୍ରମୁଖ ସାମିଲ ଅଛନ୍ତି ।