ସାଧାରଣ ନିର୍ବାଚନ ପାଇଁ ଆଉ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଆଉ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେପି ପକ୍ଷରୁ ପ୍ରକାଶ ପାଇଥିବା ଏହି ତାଲିକାରେ ଥିବା ପ୍ରାର୍ଥୀମାନେ ହେଉଛନ୍ତି ଛତିଶଗଡ଼, ତେଲେଙ୍ଗାନା, ମେଘାଳୟ ଏବଂ ମହାରାଷ୍ଟ୍ରର।

ଜାଣିବାକୁ ମିଳିଛି ଯେ ଛତିଶଗଡ଼ର କୋରବା ନିର୍ବାଚନ ମଣ୍ଡଳୀରୁ  ଜ୍ୟୋତି ନନ୍ଦ ଦୁବେ, ବିଳାସପୁରରୁ  ଅରୁଣ ସ, ରାଜନନ୍ଦଗାଓଁରୁ ସନ୍ତୋଷ ପାଣ୍ଡେ, ଦୁର୍ଗରୁ ବିଜୟ ବାଘେଲ, ରାୟପୁରରୁ ସୁନୀଲ ସୋନି, ମହାସମୁନ୍ଦରୁ  ଚୁନିଲାଲ ସାହୁ, ତେଲେଙ୍ଗାନାର ମେଡକରୁ  ରଘୁନନ୍ଦନ ରାଓ, ମେଘାଳୟର ଟୁରାରୁ ରିକମନ ଜି ମୋମିମ, ମହାରାଷ୍ଟ୍ରର ବାନ୍ଦ୍ରାରୁ ସୁନୀଲ ବାବୁରାଓ ମେନ୍ଧେ।

ସମ୍ବନ୍ଧିତ ଖବର