ରାହୁଲଙ୍କ ପିଛା ଛାଡୁନାହାନ୍ତି ସ୍ମୃତି, ସେ ବି କେରଳର ୱେନାର୍ଡରୁ ଛିଡା ହେବେ !

ନୂଆଦିଲ୍ଲୀ : ରାହୁଲ ଗାନ୍ଧି କେରଳର ୱେନାର୍ଡ ଲୋକସଭା ଆସନରୁ ଛିଡା ହେବା ଏକ ରକମ ନିଶ୍ଚିତ ହୋଇଯାଇଛି । ଏ ସଂପର୍କରେ କଂଗ୍ରେସ ଦଳ ପକ୍ଷରୁ ସଂକେତ ଦିଆଯାଇଛି ଯେ ସେ ଆମେଥି ଓ ୱେନାର୍ଡରୁ ଲଢିବେ । ଏହାକୁ ନେଇ ବିଜେପି ନେତ୍ରୀ ସ୍ମୃତି ଇରାନୀ ରାହୁଲଙ୍କୁ ଡରୁଆ ଓ ପଳାତକ ବୋଲି ଟ୍ବିଟ କରିଛନ୍ତି । ହାରିବା ଭୟରେ ରାହୁଲ ଆମେଥି ସହିତ ଆଉ ଏକ ଆସନରେ ଲଢୁଥିବା ଇରାନୀ କହିଛନ୍ତି । କିନ୍ତୁ ୱେନାର୍ଡରେ ମଧ୍ୟ ରାହୁଲଙ୍କୁ କଡା ଟକ୍କର ଦେବାକୁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ମିଳିଥିବା ସୂଚନା ଅନୁସାରେ ସ୍ମୃତି ଇରାନୀ ମଧ୍ୟ ଆମେଥି ସହିତ ୱେନାର୍ଡ ଆସନରୁ ଲଢିପାରନ୍ତି । ପୂର୍ବରୁ ଏହି ଆସନରେ ବିଜେପିର ସହଯୋଗୀ ଦଳ ବିଡିଜେଏସର ପ୍ରାର୍ଥୀ ଆଣ୍ଟୋ ଅଗଷ୍ଟାଇନଙ୍କୁ ଦିଆଯାଇଥିଲା । ଏବେ ରାହୁଲ ଗାନ୍ଧି ଏଠାରୁ ଲଢିବା ସ୍ଥିର ହୋଇଥିବାରୁ ଏହି ଆସନରୁ ଅଗଷ୍ଟାଇନଙ୍କୁ ବଦଳାଇ ଇରାନୀଙ୍କୁ ଛିଡା କରାଯିବ, ଯେପରିକି ଏଠାରେ କଡ଼ା ଟକ୍କର ହୋଇପାରିବ । ତେବେ ଏସଂପର୍କରେ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ ।

ସମ୍ବନ୍ଧିତ ଖବର