ଆଜି ସଂଧ୍ୟାରେ ପ୍ରକାଶ ପାଇପାରେ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ଆଜି ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏଥିପାଇଁ ଆଜି ସଂଧ୍ୟାରେ ପୁଣିଥରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିବାର ସମ୍ଭାବନା ରହିଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା, ଗୃହମନ୍ତ୍ରୀ ରାଜନାଥ ସିଂ, ବିଦେଶମନ୍ତ୍ରୀ ସୁଷମା ସ୍ୱରାଜ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ପ୍ରମୁଖ ଯୋଗ ଦେବେ । ସିଇସି ହେଉଛି ବିଜେପିର ସର୍ବୋଚ୍ଚ ନିର୍ବାଚନ ସଂପର୍କିତ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ।

ଗତକାଲି ସିଇସିର ଏକ ଲମ୍ବା ବୈଠକ ବସି କେତେକ ନିଷ୍ପତ୍ତି ନିଆଯାଇଥିବା ସତ୍ତ୍ୱେ ଚୂଡାନ୍ତ ପ୍ରାର୍ଥୀତାଲିକା ପ୍ରକାଶ ପାଇନଥିଲା । ପୂର୍ବରୁ କଂଗ୍ରେସ ପକ୍ଷରୁ ନିଜର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଥିବାବେଳେ ବିଜେପି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ । ଗତ କାଲି ଦଳ ଘୋଷଣା କରିଥିଲା ଯେ ଛତିଶଗଡ଼ରେ ଥିବା ୧୦ ଜଣ ଏମପିଙ୍କୁ ଟିକେଟ ଦିଆଯିବ ନାହିଁ । ସେମାନଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦିଆଯିବ । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସିର ଏହା ହେଉଛି ୩ୟ ବୈଠକ ।

ସମ୍ବନ୍ଧିତ ଖବର