ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି ଉପରକୁ ବୋମାମାଡ଼ ଅଭିଯୋଗ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାରର ଶେଷ ଦିନ ଥିବା ବେଳେ ଡେଲଟା କଲୋନି ବିଜେପି ପାର୍ଟି ଅଫିସ ନିକଟରେ ଭୁବନେଶ୍ୱର (ମଧ୍ୟ) ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଏହି ଘଟଣାରେ ଜଗନ୍ନାଥ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗାଡ଼ିର କାଚ ଭାଙ୍ଗି ଚୁରମାର ହୋଇଯାଇଛି।

ପ୍ରଚାର ଶେଷ ମୂହୁର୍ତ୍ତରେ ଜଗନ୍ନାଥ ନିଜର ସମର୍ଥକ ଓ କର୍ମୀଙ୍କ ସହିତ ଡେଲଟା କଲୋନିରେ ଆଜି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଆକ୍ରମଣ ପରେ ଜଗନ୍ନାଥ ଗାଡ଼ିରୁ ଖସି ପଳାଇଥିବା ଜଣାପଡ଼ିଛି। ଏହାକୁ ନେଇ .କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ ।  ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇଥିଲେ ।

ସମ୍ବନ୍ଧିତ ଖବର