ବୁଥ୍‌ ଭିତରେ ମହିଳାଙ୍କ ଦାଦାଗିରି, ଟିଏମ୍‌ସିକୁ ଭୋଟ ଦେବାକୁ ଭୋଟରଙ୍କୁ ବାଧ୍ୟ କରୁଥିଲେ

ନୂଆଦିଲ୍ଲୀ: ସପ୍ତମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ପଶ୍ଚିମବଙ୍ଗର ଯାଦବପୁର ଲୋକସଭା ଅଞ୍ଚଳରୁ ବୁଥ୍‌ ରିଗିଙ୍ଗର ଖବର ଆସିଛି । ଯାଦବପୁର ଅଞ୍ଚଳରେ ବୁଥ୍‌ ନମ୍ବର ୧୮୯ରେ ବିଜେପି ସମର୍ଥକ କିଛି ଗଡବଡ ଆଶଙ୍କା କରିଥିଲେ । ବୁଥ ଭିତରେ ପ୍ରବେଶ କରିବା ପରେ ଜାଣିବାକୁ ପାଇଥିଲେ ଜଣେ ମହିଳା ଏଠାରେ ଭୋଟରଙ୍କୁ ଟିଏମସିକୁ ଭୋଟ୍‌ ଦେବାକୁ ବାଧ୍ୟ କରୁଛନ୍ତି ।

ଭୋଟର ଆସୁଥିଲେ ମଧ୍ୟ ସେମାନଙ୍କୁ ମତଦାନ କରିବାକୁ ଦେବା ବଦଳରେ ସେ ନିଜେ ବଳପୂର୍ବକ ପ୍ରକ୍ସି ଭୋଟିଂ କରୁଥିଲେ । ଏହାକୁ ନେଇ ବୁଥରେ ଥିବା ବିଜେପି ପୋଲିଂ ଏଜେଂଟ ଅଧିକାରୀଙ୍କୁ ଜଣାଇଥିଲେ ବି କିଛି ହୋଇ ନଥିଲା । ଏହାକୁ ନେଇ ପୋଲିଂ ବୁଥରେ ବିଜେପି କର୍ମୀ ପ୍ରତିବାଦ କରିବା ପରେ କିଛି ମହିଳା ଆସି ବିଜେପି କର୍ମୀଙ୍କୁ ବାଧା ଦେଇଥିଲେ । ଶେଷରେ କେନ୍ଦ୍ରୀୟ ଫୋର୍ସ ବୁଥରେ ପହଁଚି ବୁଥ୍‌ ରିଗିଂ କରୁଥିବା ଅଭିଯୋଗ ଆସୁଥିବା ମହିଳାଙ୍କୁ ବୁଥରୁ ବାହାରକୁ ଆଣିଥିଲା । ତା’ ପରେ ବି ସେଠାରେ ପ୍ରତିବାଦ ଦେଖିବାକୁ ମିଳିଥିଲା । ଶେଷରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରି ମତଦାନ ଜାରି ରଖାଯାଇଥିବା ସୂଚନା ମିଳିଛି ।

Moneycontrol

ଅନ୍ୟପଟେ, ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ପଶ୍ଚିମବଂଗର ବସିରହାଟରୁ ଆସିଛି ଉତେଜନାର ଖବର । ବସିରହାଟ୍‌ ଅଂଚଳରେ ଥିବା ୧୮୯ ନମ୍ବର ବୁଥରେ ଟିଏମସି କର୍ମୀ ବିଜେପି ସମର୍ଥକଙ୍କୁ ମାଡ ମାରିବା ପରେ ଉତେଜନା ଦେଖାଦେଇଛି । ଭୋଟ୍‌ ଦେବାକୁ ଯିବା ବେଳେ କିଛି ବିଜେପି ସମର୍ଥକଙ୍କୁ ବାଟରେ ଟିଏମସି ସମର୍ଥକ ଅଟକାଇ ମାଡମାରିବା ସହ ଧମକ ଦେଇ ଭୋଟ୍‌ ଦେବାକୁ ଯିବାକୁ ଦେଇ ନଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେପି ସମର୍ଥକ । ପ୍ରତିବାଦରେ ରାସ୍ତା ଉପରେ ବସି ସେମାନେ ଧାରଣା ଦେଇଛନ୍ତି।

 

ସମ୍ବନ୍ଧିତ ଖବର