ଦାର୍ଜିଲିଂରୁ ଅର୍ଦ୍ଧସାମରିକ ବଳ ପ୍ରତ୍ୟାହାର ନିଷ୍ପତ୍ତି ଉପରେ ରୋକ ଲଗାଇଲେ କଲିକତା ହାଇକୋର୍ଟ

କଲିକତା: ପଶ୍ଚିମବଙ୍ଗର ଦାର୍ଜିଲିଂ ଏବଂ କଲିମ୍‌ପଙ୍ଗ୍‌ରେ ମୁତୟନ ହୋଇଥିବା ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌)ର ୧୫ଟି କମ୍ପାନିକୁ ପ୍ରତ୍ୟାହାର କରିବା ଲାଗି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ମଙ୍ଗଳବାର ରୋକ ଲଗାଇଛନ୍ତି କଲିକତା ହାଇକୋର୍ଟ।

ପୃଥକ ଗୋର୍ଖଲାଣ୍ଡ୍‌ ଗଠନ ଦାବିରେ ହୋଇଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟରେ ଅର୍ଦ୍ଧସାମରିକ ବଳଙ୍କୁ ନିୟୋଜିତ କରାଯାଇଛି। ତେବେ ବର୍ତ୍ତମାନ ସେଠାରୁ ଅର୍ଦ୍ଧସାମରିକ ବଳଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ନେଇଥିଲେ। ଏ ନେଇ ଆଗତ ଏକ ମାମଲାର ବିଚାର କରି କଲିକତା ହାଇକୋର୍ଟ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ଏହା ଉପରେ ରୋକ ଲଗାଇଛନ୍ତି।

ପୂର୍ବରୁ, କେନ୍ଦ୍ର ସରକାର ସିଆର୍‌ପିଏଫ୍‌ର ୧୦ଟି କମ୍ପାନିକୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେଇଥିଲେ। ଏମାନେଙ୍କ ମଧ୍ୟରେ ରହିଛି ଦାର୍ଜିଲିଂର ୩ଟି ମହିଳା କମ୍ପାନି ସମେତ ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ୩ଟି କମ୍ପାନି। ବୁଧବାରରୁ ଏହି ପ୍ରକିୟା ଆରମ୍ଭ ହେବାର ନିଷ୍ପତ୍ତି ନିଆ ଯାଇଥିଲା।

ସୋମବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ରାଜ୍ୟକୁ ପୃଥକ କରିବାକୁ ଚାହୁଁଛନ୍ତି। ଏଥିସହିତ ସେ କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଉପରେ ମଧ୍ୟ ଆରୋପ ଲଗାଇଥିଲେ।

ସମ୍ବନ୍ଧିତ ଖବର