ଚନ୍ଦ୍ରରୁ ଆଣିଥିବା ଖଣ୍ଡ ଓ ଉଲକାପିଣ୍ଡରୁ ବନିଲା ଆଇଫୋନ୍‌

ନୂଆଦିଲ୍ଲୀ: ଆପେଲ ସେପ୍ଟେମ୍ବରରେ ଆଇଫୋନ୍‌ ୧୧ ଲଞ୍ଚ କରିବାକୁ ଯାଉଛି। କିନ୍ତୁ କଷ୍ଟମାଇଜଡ ଓ ମହଙ୍ଗା ଆଇଫୋନ୍‌ ବନାଉଥିବା ଲଗ୍‌ଜରୀ ବ୍ରାଣ୍ଡ Caviar ଏହାର ଲଞ୍ଚ ପୂର୍ବରୁ ନୂଆ ଫ୍ଲାଗ୍‌ସିପ୍‌ର କଷ୍ଟମାଇଜଡ ଭର୍ସନ ପ୍ରସ୍ତୁତ କରିଛି।

ଏହି ନୂଆ ଡିଭାଇସ୍‌ ପ୍ରୋଟୋଟାଇପ୍‌ ଉପରେ ଆଧାରିତ। ଯେଉଁଥିରେ ଉଲକାପିଣ୍ଡର ଖଣ୍ଡ ସହିତ ଚନ୍ଦ୍ରରୁ ଆଣିଥିବା କିଛି ଖଣ୍ଡକୁ ବି ବ୍ୟବହାର କରାଯାଇଛି। ଏଥିସହିତ ଫୋନ୍‌ ପଛପାର୍ଶ୍ୱରେ ମୂଲ୍ୟବାନ ପଥର ଖଞ୍ଜା ଯାଇଛି। ଏହି ସବୁ ମୂଲ୍ୟବାନ ସାମଗ୍ରୀ ସହିତ ପ୍ରସ୍ତୁତ ହୋଇଥିବା ଏହି ଫୋନ୍‌ ଏକ ୟୁନିଟ୍‌ର ମୂଲ୍ୟ ୪୯,୯୯୦ ଡଲାର ଆର୍ଥାତ ପାଖାପାଖି ୩୬ ଲକ୍ଷ ଟଙ୍କା ହେବ।

ଯଦି ଆପଣଙ୍କ ପାଖରେ ଏତେ ପରିମାଣର ଟଙ୍କା ନାହିଁ ତେବେ ଆପଣ ଶସ୍ତା ଓ୍ଵରିଏଣ୍ଟର ପ୍ରି-ଅର୍ଡର କରି ପାରିବେ। ଏଥିପାଇଁ ଆପଣଙ୍କୁ ୪,୪୦୦ ଡଲାର ପାଖାପାଖି ୩,୧୫,୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏଥିସହିତ ଟାଇଟେନିୟମ ବ୍ୟାକ୍‌ ସହିତ ଆସୁଥିବା ଏହି ଫୋନ୍‌ ଡିଜାଇନ୍‌ରେ ଆପଣଙ୍କୁ ସ୍ୟାଟେଲାଇଟର ଝଲକ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର