ଛତିଶଗଡ଼: ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ୫ ଟଙ୍କିଆ କଏନ୍‌ ଭରା ପାତ୍ର ଆଣିଲେ ଲୋକସଭା ପ୍ରାର୍ଥୀ

ରାୟପୁର: ଆଗାମୀ ଲୋକସଭା ନିର୍ବାଚନରେ ଦୁର୍ଗ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିଥିବା ଛତିଶଗଡ଼ର ଆଜାଦ ଜନତା ପାର୍ଟିର ଜଣେ ପ୍ରାର୍ଥୀ ନିର୍ବାଚନ ଅଧିକାରୀମାନଙ୍କ ହତବାକ୍‌ କରିପକାଇଛନ୍ତି।

ଡୋଣ୍ଡି ଲୋହରା ବ୍ଲକ୍‌ର ସ୍ୱତନ୍ତ୍ର ତିଓ୍ଵାରି ନାମକ ସେ ପ୍ରାର୍ଥୀ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଛତିଶଗଡ଼ କଲେକ୍ଟୋରେଟ୍‌ରେ ପହଞ୍ଚିଥିଲେ। ଏଥିଲାଗି ସିକ୍ୟୁରିଟି ଡିପୋଜିଟ୍‌ ବାବଦରେ ଆବଶ୍ୟକ ଅର୍ଥ ସେ କେବଳ ୫ ଟଙ୍କିଆ କଏନ୍‌ ଭରା ପାତ୍ରରେ ଆଣିଥିବାରୁ ନିର୍ବାଚନ କର୍ମଚାରୀମାନେ ବଡ଼ ଜଞ୍ଜାଳରେ ପଡ଼ିଯାଇଥିଲେ।

ପଚରାଯିବାରୁ ତିଓ୍ଵାରି କହିଲେ ଯେ ତାଙ୍କୁ ନିର୍ବାଚନ ଲଢ଼ିବା ଲାଗି ଉସ୍‌କାଇଥିବା ଗ୍ରାମବାସୀମାନେ ହିଁ ସିକ୍ୟୁରିଟି ଡିପୋଜିଟ୍‌ ବାବଦ ଅର୍ଥ ଆଦାୟ କରିଥିଲେ। ପ୍ରତି ଗ୍ରାମବାସୀ ୫ ଟଙ୍କାଏ କରି ଅର୍ଥ ଦେଇଥିଲେ।

ଲୋକସଭା ଆସନ ଲାଗି ଲଢୁଥିବା ପ୍ରାର୍ଥୀଙ୍କୁ ୨୫ ହଜାର ଟଙ୍କା ସିକ୍ୟୁରିଟି ଡିପୋଜିଟ୍‌ ଦେବାକୁ ପଡ଼େ। ଅନୁସୂଚିତ ଜାତି ଓ ଜନଜାତିଙ୍କ ଲାଗି ଏ ବାବଦରେ ୧୨, ୫୦୦ ଟଙ୍କା ପୈଠ କରିବାକୁ ପଡ଼େ।

ଛତିଶଗଡ଼ରେ ଏପ୍ରିଲ୍‌ ୨୩ ତାରିଖ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ।

ସମ୍ବନ୍ଧିତ ଖବର