ରାଉରକେଲା ଓ ହିଞ୍ଜିଳିରେ ପ୍ରାର୍ଥୀ ପରିବର୍ତ୍ତନ କଲା କଂଗ୍ରେସ, ୨ ବିଧାନସଭା ଆସନ ଲାଗି ଜାରି କଲା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବଳକା ଥିବା ଆସନ ପାଇଁ  କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଏଥିସହ କଂଗ୍ରେସ ଦୁଇଟି ଆସନରେ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ ପରିବର୍ତ୍ତନ କରିଛି । ଜି ଉଦୟଗିରି ଓ ପାଟଣାଗଡ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରାଉରକେଲା ଓ ହିଞ୍ଜିଳିରୁ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ ।

ଜି ଉଦୟଗିରିରୁ ବିଧାୟକ ଥିବା ଜାକବ ପ୍ରଧାନଙ୍କ ସ୍ଥାନରେ ଶ୍ୟାମଘନ ପ୍ରଧାନଙ୍କୁ ଦଳ ଟିକେଟ ଦେଇଥିବା ବେଳେ ପାଟଣାଗଡରୁ ରମେଶ ପୁରୋହିତଙ୍କୁ ଦଳ ମୈଦାନକୁ ଓହ୍ଲାଇଛି। ସେହିଭଳି ରାଉରକେଲା ବିଧାନସଭା ଆସନ ପାଇଁ ମୁକ୍ତିକାନ୍ତ ବିଶ୍ୱାଳଙ୍କ ନାମ ଦଳ ପୂର୍ବରୁ ଘୋଷଣା କରିଥିବା ବେଳେ ସୋମବାର ଏଥିରେ ପରିବର୍ତ୍ତନ କରିଛି ଦଳ। ମୁକ୍ତିକାନ୍ତ ନିର୍ବାଚନ ଲଢିବାକୁ ମନା କରିବା ପରେ ତାଙ୍କ ସ୍ଥାନରେ ବୀରେନ ସେନାପତିଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିଭଳି ହିଞ୍ଜିଳି ଆସନ ପୂର୍ବରୁ ରାମକୃଷ୍ଣ ପଣ୍ଡାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ସେହି ଆସନରୁ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି । ରାମକୃଷ୍ଣ ପଣ୍ଡାଙ୍କ ବଦଳରେ ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ଦଳ ।

ସମ୍ବନ୍ଧିତ ଖବର