ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ର୍ନିବାଚନ ୨୦୧୯ ପାଇଁ କଂଗ୍ରେସ ଜାରି କରିଛି ଚତୁର୍ଥ ପ୍ରାର୍ଥୀ ତାଲିକା। ଏହି ସୂଚୀରେ ୪ଟି ରାଜ୍ୟଗୁଡିକର ୨୭ଟି ଲୋକସଭା ସିଟ୍‌ ଉପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏ ମଧ୍ୟରେ ୭ଟି ସିଟ୍‌ ଉତ୍ତର ପ୍ରଦେଶର। ଶନିବାର ବିଳମ୍ବିତ ରାତିରେ ଏହି ତାଲିକା ଘୋଷଣା କରିଛି କଂଗ୍ରେସ। ଏହି ତାଲିକା ମଧ୍ୟରେ କେରଳର ୧୨ଟି, ଉତ୍ତର ପ୍ରଦେଶର ୭ଟି , ଛତିଶଗଡର ୫ଟି, ଅରୁଣାଚଳ ପ୍ରଦେଶର ୨ଟି ଏବଂ ଆଣ୍ଡାମାନ ନିକୋବରର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।

ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନବମ ତୁକୀଙ୍କୁ ଅରୁଣାଚଳ ପଶ୍ଚିମ ଏବଂ ଶଶୀ ଥରୁରଙ୍କୁ ଥିରୁଅନନ୍ତପୁରମ ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ। ଏହା ପୂର୍ବରୁ କଂଗ୍ରେସ ମୋଟ୍‌ ୫୪ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା। ଯାହା ମଧ୍ୟରେ ସୋନିଆ ଗାନ୍ଧୀ ଓ ରୁହଲ ଗାନ୍ଧୀଙ୍କ ନାମ ସାମିଲ ରହିଥିଲା। ପ୍ରଥମ ତାଲିକାରେ ୧୫, ଦ୍ୱିତୀୟ ତାଲିକାରେ ୨୧, ତୃତୀୟ ତାଲିକାରେ ୧୮ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିଥିଲା। ବର୍ତ୍ତମାନ ସୁଦ୍ଧା ଉତ୍ତର ପ୍ରଦେଶର ମୋଟ୍‌ ୩୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।

ସମ୍ବନ୍ଧିତ ଖବର