ଗୋଟିଏ ଲୋକସଭା ଓ ୯ ବିଧାନସଭା ଆସନ ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ, ସମ୍ବଲପୁରରୁ ଡ. ଅଶ୍ୱିନୀ ପୂଜାହାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ବୁଧବାର ପୁଣି ଏକ ପ୍ରାର୍ଥୀ ତାଲିକା ଜାରି କରିଛି। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ଅନୁଯାୟୀ ସମ୍ବଲପୁର ଲୋକସଭା ଆସନରେ ଦଳୀୟ ଟିକେଟରେ ଶରତ ପଟ୍ଟନାୟକ ନିର୍ବାଚନ ଲଢ଼ିବେ। ଏଥି ସହିତ କଂଗ୍ରେସ ଆଜି ୯ଟି ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି।

କଂଗ୍ରେସ ସମ୍ବଲପୁର ବିଧାନସଭା ଆସନ ପାଇଁ ବୁର୍ଲା ମେଡିକାଲ କଲେଜର ପୂର୍ବତନ ନିର୍ଦ୍ଦେଶକ ଡ. ଅଶ୍ୱିନୀ କୁମାର ପୂଜାହାରୀଙ୍କୁ ଟିକେଟ ଦେଇଛି। ସେହିପରି ଘଷିପୁରା ଆସନ ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଟିକେଟ ମିଳିଛି। ସେହିପରି କଂଗ୍ରେସ ଟିକେଟରେ କଟକ-ଚୌଦ୍ୱାର ଆସନରୁ ଜଗଦୀଶ ମହାନ୍ତି, କଟକ ସଦର ଆସନରୁ ଅମିଷେକ ମହାନନ୍ଦ, ଜୟଦେବରୁ ସୁକାନ୍ତ ତିଆଡି ଭୋଇ, ଭୁବନେଶ୍ୱର (ମଧ୍ୟ)ରୁ ରାଜୀବ ପଟ୍ଟାନାୟକ, ଭୁବନେଶ୍ୱର (ଉତ୍ତର)ରୁ ଇତିଶ ପ୍ରଧାନ, ବେଗୁନିଆରୁ ପ୍ରଦୀପ ସାହୁ ଓ ଚିଲିକାରୁ ପ୍ରଦୀପ ସ୍ୱାଇଁ ନିର୍ବାଚନ ଲଢ଼ିବେ।

ସମ୍ବନ୍ଧିତ ଖବର