ଦିଲ୍ଲୀରେ ଆପ୍‌ ସହ ମେଣ୍ଟ ନ ହେଲେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଲେ କଂଗ୍ରେସର ଅଜୟ ମାକେନ୍‌

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମି ପାର୍ଟି ସହ ମେଣ୍ଟ ନ ହେଲେ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦିଲ୍ଲୀର ପୂର୍ବତନ କଂଗ୍ରେସ ମୁଖ୍ୟ ଅଜୟ ମାକେନ୍‌ କହିଛନ୍ତି।

ଯଦି ଦିଲ୍ଲୀରେ ଆପ୍‌ ସହ ମେଣ୍ଟ ନ କରାଯାଏ ତେବେ ସାତଟି ଲୋକସଭା ଆସନ ଲାଗି କଂଗ୍ରେସର ପ୍ରାର୍ଥୀମାନଙ୍କ ନାମ ଦେବାକୁ କେନ୍ଦ୍ରୀୟ ନେତୃତ୍ୱ କହିବାରୁ ଅଜୟ ମାକେନ ଚିନ୍ତା ପ୍ରକଟ କରିଥିବା ଜଣାପଡ଼ିଛି।

ପୂର୍ବରୁ ଅଜୟ ମାକେନ୍‌ ଘୋଷଣା କରିଥିଲେ ଯେ, ନୂଆଦିଲ୍ଲୀ ଆସନରୁ ସେ ପ୍ରାର୍ଥୀପତ୍ର ଦାଖଲ ନ କଲେ ମଧ୍ୟ ସେ ଦିଲ୍ଲୀରେ ଆପ୍‌ ସହ ମେଣ୍ଟକୁ ସମର୍ଥନ ଦେବେ। ମାକେନ୍‌ ଦୁଇ ଥର ଲୋକସଭାରେ ଦିଲ୍ଲୀର ପ୍ରତିନିଧିତ୍ୱ କରିଛନ୍ତି।

ଲୋକସଭା ନିର୍ବାଚନରେ ସମ୍ଭାବ୍ୟ ମେଣ୍ଟ କରିବାକୁ କଂଗ୍ରେସ ଓ ଆପ୍‌ କାର୍ଯ୍ୟ ଚଳାଇଛନ୍ତି, କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରି ନାହାନ୍ତି।
କଂଗ୍ରେସ ନିଷ୍ପତ୍ତି ନେଇ ପାରୁ ନାହିଁ ବୋଲି ଆପ୍‌ ଦର୍ଶାଉଛି। ଅଜୟ ମାକେନ୍‌ ମେଣ୍ଟକୁ ସମର୍ଥନ କରୁଥିବା ବେଳେ ଶିଲା ଦୀକ୍ଷିତ ଅନ୍ୟ କଥା କହୁଛନ୍ତି।

ଆସନ ବୁଝାମଣା ହିଁ କଂଗ୍ରେସ-ଆପ୍‌ ମେଣ୍ଟର ନ ହେବାର କାରଣ। କଂଗ୍ରେସ ଦିଲ୍ଲୀରେ ୩ଟି ଆସନ ଚାହୁଁଥିବା ବେଳେ ଆପ୍‌କୁ ହରିୟାଣାରେ ଗୋଟିଏ ଆସନ ଏବଂ ପଞ୍ଜାବରେ ଆଦୌ ଆସନ ଦେବାକୁ ଚାହୁଁ ନାହିଁ।

ସମ୍ବନ୍ଧିତ ଖବର