ବଢିଯାଇଛି ଗରିବଙ୍କ ପ୍ରତି ନେତାଙ୍କ ଦରଦ ! କଂଗ୍ରେସ ପରେ ସିପିଆଇ ମଧ୍ୟ ଦେବ ପେନସନ, ମାସକୁ ୯ ହଜାର ଟଙ୍କା

ନୂଆଦିଲ୍ଲୀ : ଆଗକୁ ନିର୍ବାଚନ ଥିବାରୁ ହଠାତ ଗରିବଙ୍କ କଥା ମନେପକାଇଛନ୍ତି ଦେଶର ବିଭିନ୍ନ ରାଜନୈତିକ ଦଳ । କଂଗ୍ରେସ ତ ଗତ ସତୁରୀ ଦଶକରୁ ଗରିବୀ ହଟାଓ କଥା କହୁଛି । ଏଥର ରାହୁଲ ଗାନ୍ଧି ଗରିବଙ୍କୁ ମାସିକ ୬ ହଜାର ଟଙ୍କା( ବର୍ଷକୁ ୭୨ ହଜାର ଟଙ୍କା) ଲେଖାଏଁ ଦେବା ପାଇଁ ଘୋଷଣା କରିଛନ୍ତି ।

କଂଗ୍ରେସ ପରେ ବାମପନ୍ଥୀମାନେ ମଧ୍ୟ ଗରିବ ଲୋକଙ୍କୁ ମାସିକ ପେନସନ ଦେବାକୁ ଘୋଷଣା କରିଛନ୍ତି । ନିଜ ଦଳର ନିର୍ବାଚନୀ ଇସ୍ତାହାର ଘୋଷଣା କରି ସିପିଆଇ ପକ୍ଷରୁ କୁହାଯାଇଛି ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ଗରିବଙ୍କୁ ମାସକୁ ୯ ହଜାର ଟଙ୍କା ( ବର୍ଷକୁ ୧ ଲକ୍ଷ ୮ ହଜାର ଟଙ୍କା) ପ୍ରଦାନ କରିବାକୁ ଘୋଷଣା କରିଛି । ଏହାଛଡା କୃଷି ପାଇଁ ଏକ ସ୍ୱତନ୍ତ୍ର ବଜେଟ ଓ କୃଷି ଶ୍ରମିକଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇନ ଆଣିବାକୁ ସିପିଆଇ ଘୋଷଣା କରିଛି । ଅନ୍ୟପକ୍ଷରେ ବିଜେପି ଏପର୍ଯ୍ୟନ୍ତ ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିନାହିଁ । କିନ୍ତୁ ବିଜେପି ମଧ୍ୟ ଗରିବଙ୍କ ପାଇଁ କେତେକ ସ୍କିମ ଘୋଷଣା କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର