କଂଗ୍ରେସରେ ଯୋଗଦେଲେ କ୍ରିକେଟରେ ମହମ୍ମଦ ସାମିଙ୍କ ସ୍ତ୍ରୀ ହାସିନ ଜହାଁ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ସ୍ତ୍ରୀ ହାସିନ ଜହାଁ କଂଗ୍ରେସରେ ଯୋଗ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ସେ ମୁମ୍ବାଇ କଂଗ୍ରେସ କମିଟିର ସଭାପତି ସଞ୍ଜୟ ନିରୁପମଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ହାସିନ ଜହାଁ କିଛି ମାସ ପୂର୍ବରୁ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ହାସିନ ସାମିଙ୍କ ଉପରେ ଦୁବାଇର ଏକ ହୋଟେଲରେ ପାକିସ୍ତାନୀ ମଡେଲ ଅଲିଶବାଙ୍କ ଠାରୁ ଟଙ୍କା ନେବା ମ୍ୟାଚ ଫିକ୍ସିଙ୍ଗ ଅଭିଯୋଗ ଆଣିଥିଲେ। ଏହା ପରେ ଭାରତୀୟ କ୍ରିକେଟରେ ବହୁ ଦିନ ଧରି ଆଲୋଚନା ଓ ସମାଲୋଚନା ଚାଲିଥିଲା। ଏବେ ହାସିନ କଂଗ୍ରେସରେ ଯୋଗଦେଇ ପୁଣି ଥରେ ଆଲୋଚନାର ପରିସରକୁ ଆସିଛନ୍ତି।

ହାସିନ ସ୍ୱାମୀଙ୍କ ବିରୋଧରେ କୋଲକାତାର ଲାଲବଜାର ଥାନାରେ ଅଭିଯୋଗ ଆଣିଥିଲେ। ହାସିନ ଆଲିପୁର କୋର୍ଟରେ ମଧ୍ୟ କ୍ରିକେଟରଙ୍କ ବିରୋଧରେ ଯୌନ ଉତ୍ପୀଡନ ଓ ବିଷାକ୍ତ ଦ୍ରବ୍ୟ ଦେଇ ମାରିବାକୁ ଯୋଜନା କରିଥିବା ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର