ନୂଆଦିଲ୍ଲୀ: ଦିଲ୍ଲୀ ଉପ-ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ ଆଦମୀ ପାର୍ଟିର ଧାରଣା ଓ ଅନଶନରେ ସାମିଲ ହୋଇଥିବା ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମନୀଷ ସିସୋଦିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତର କହିଛନ୍ତି, ଯେକୌଣସି ସମୟରେ ତାଙ୍କର ସ୍ଥିତି ଗମ୍ଭୀର ହୋଇପାରେ। ସିସୋଦିଆ ଉପ-ରାଜ୍ୟପାଳଙ୍କ କାର୍ଯ୍ୟାଳୟଙ୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସହିତ ଆଠ ଦିନ ହେବ ଧାରଣାରେ ବସଥିବା ବେଳେ ୬ ଦିନ ହେବ ଆମରଣ ଅନଶନରେ ସାମିଲ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
#Delhi Deputy CM Manish Sisodia being taken to LNGP hospital after his ketone level reached 7.4. He has been on an indefinite hunger strike for the past 6 days at LG’s residence against the alleged strike by the IAS officers of Delhi government. pic.twitter.com/XSJMxXOOJr
— ANI (@ANI) June 18, 2018
ସିସୋଦିଆଙ୍କ ବ୍ୟତୀତ ଉପ-ରାଜ୍ୟପାଳଙ୍କ ନିବାସରେ ୭ ଦିନ ହେବ ଧାରଣାରେ ବସିଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ରବିବାର ମଧ୍ୟ ରାତ୍ରିରେ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ହସ୍ପିଟାଲ ପହଞ୍ଚିଛନ୍ତି। ତାଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଚାନକ ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ଡାକ୍ତରଙ୍କ ଏକ ଟିମ ତାଙ୍କୁ ଏଲ୍ଏନ୍ଜେପି ହସ୍ପିଟାଲ ନିଆଯାଇଥିଲା। ଡାକ୍ତର କହିଛନ୍ତି, ମନ୍ତ୍ରୀଙ୍କୁ କିଛି ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବାକୁ ପଡ଼ିବ।
Satyender Jain shifted to hospital due to his deteriorating health
— Arvind Kejriwal (@ArvindKejriwal) June 17, 2018
ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ନେଇ ଟୁଇଟରରେ ସ୍ପଷ୍ଟ କରିଛନ୍ତି।