ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଧାରରେ ଦିଲ୍ଲୀର ସଡ଼କରେ ଏବେ ଲୋକେ ଟ୍ରାଫିକ୍ ନିୟମକୁ ମାନୁ ଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଟ୍ରାଫିକ ପୁଲିସକୁ ବି ଏହି ନିୟମ ପାଳନ କରାଇବା ପାଇଁ ଦିଲ୍ଲୀ ସଡ଼କରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଏଇ କିଛିଦିନ ହେବ ଟ୍ରାଫିକ୍ ପୁଲିସ ସହିତ ଚାଳକମାନେ ବି ଖରାପ ବ୍ୟବହାର କରୁଥିବାର ଅନେକ ଘଟଣା ଘଟିଛି।
ଏମିତିରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବତୀ ଟ୍ରାଫିକ୍ ପୁଲିସ ସହିତ ଖରାପ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଯୁବତୀଙ୍କ ସ୍କୁଟିର ନମ୍ବର ପ୍ଲେଟ ଭାଙ୍ଗି ଯାଇଥିଲା। ପୁଣି ହେଲମେଟର ବେଲଟ ଲଗାଇ ହେଉ ନଥିଲା। ଏହାକୁ ନେଇ ଟ୍ରାଫିକ୍ ପୁଲିସ ତାଙ୍କୁ ଯେତେବେଳେ ଅଟକାଇ ଥିଲେ ସେ ପୁଲିସକୁ ମାଡ ମାରିବା ସହିତ ଗାଳିଗୁଲଜ ବି କରିଥିଲେ।
/sambad/media/post_attachments/wp-content/uploads/2019/09/1563974888-Delhi_traffic_police_Representative_img-300x211.jpg)
କେବଳ ଏତିକି ନୁହେଁ, ନିଜ ହେଲମେଟକୁ ସଡ଼କରେ ଫିଙ୍ଗି ଦେଇ ଚାଲାଣ କାଟିଲେ ଫାଶି ଲଗାଇ ଦେବେ ବୋଲି ଯୁବତୀ ପୁଲିସକୁ ଧମକ ମଧ୍ୟ ଦେଇଥିଲେ। ଏହି ଘଟଣା ଶନିବାର ଆଇଏସ୍ବିଟି ନିକଟରେ ଘଟିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/429661-scooty.jpg)