ଶିବରାଜଙ୍କୁ ଦିଗବିଜୟଙ୍କ ଖୋଲା ଚ୍ୟାଲେଞ୍ଜ, ସାହସ ଅଛି ତ ମୋ ସହିତ ଖୋଲା ବିତର୍କ କର

ଭୋପାଳ : କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ରାଜ୍ୟର ଭୋପାଳ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହି ଆସନଟି ପାରମ୍ପରିକଭାବେ ବିଜେପିର ଦୂର୍ଗଭାବେ ଜଣାଶୁଣା । ଦିଗବିଜୟଙ୍କ ବିରୋଧରେ ବିଜେପି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଛିଡା କରିବାକୁ ଯୋଜନା କରୁଛି । ଏହା ଜାଣିବା ପରେ ଦିଗବିଜୟ ଶିବରାଜଙ୍କୁ ଖୋଲା ବିତର୍କ ପାଇଁ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ଶିବରାଜଙ୍କର ଯଦି ସତସାହସ ଅଛି, ତେବେ ସେ ଖୋଲା ଏକ ଖୋଲା ବିତର୍କ ପାଇଁ ଆଗେଇ ଆସନ୍ତୁ । ତାଙ୍କର ଓ ମୋଦିଙ୍କର ରିପୋର୍ଟ କାର୍ଡ ଉପରେ ଏହି ବିତର୍କ ହେବ ।

ସେ କହିଛନ୍ତି ଯେ ଏହି ନିର୍ବାଚନ ମୋଦିଙ୍କ କୁଶାସନ ବିରୋଧରେ ଲଢାଯିବ । ୨୦୧୪ରେ ମୋଦି ନିଯୁକ୍ତି, କୃଷକ କଲ୍ୟାଣ ଆଦି ଅନେକ ପ୍ରକାରର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ । କିନ୍ତୁ ଏବେ ଏସବୁ ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ବିଜେପି ରାମମନ୍ଦିର ପରି ପ୍ରସଙ୍ଗ ଉଠାଉଛି । ରାମମନ୍ଦିର ନାଁରେ ସେମାନେ ଭୋଟ ମାଗୁଛନ୍ତି । କିନ୍ତୁ ଲୋକମାନେ ତାଙ୍କ ଅଭିପ୍ରାୟକୁ ବୁଝିସାରିଲେଣି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର