ରାହୁଲ ଗାନ୍ଧି କଣ ବ୍ରିଟିଶ ନାଗରିକ ? ବିବାଦରେ ରାହୁଲଙ୍କ ଆମେଥି ମନୋନୟନ ପତ୍ର

ଆମେଥି : ଏଥର ଦୁଇଟି ଲୋକସଭା ଆସନ ଉତ୍ତରପ୍ରଦେଶର ଆମେଥି ଓ କେରଳର େଓ୍ଵନାର୍ଡରୁ ଲଢୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କିନ୍ତୁ ଆମେଥିରେ ସେ ଦାଖଲ କରିଥିବା ମନୋନୟନପତ୍ରକୁ ନେଇ ବିବାଦ ଦେଖାଦେଇଛି । ବିବାଦର କାରଣ ହେଉଛି ରାହୁଲଙ୍କ ନାଗରିକତାକୁ ନେଇ ଦେଖାଦେଇଥିବା ସଂଦେହ । ଏହାକୁ ନେଇ ଧ୍ରୁବ ଲାଲ ନାମକ ସ୍ୱାଧୀନ ପ୍ରାର୍ଥୀଙ୍କ ଅଭିଯୋଗ କରିବା ପରେ ରିଟର୍ଣ୍ଣିଂ ଅଫିସର ରାମ ମନୋହର ମିଶ୍ର ରାହୁଲଙ୍କ ମନୋନୟନ ପତ୍ର ଯାଞ୍ଚ କାମକୁ ଏପ୍ରିଲ ୨୨ ପର୍ଯ୍ୟନ୍ତ ଘୁଞ୍ଚାଇଦେଇଛନ୍ତି ।

ଏ ସଂପର୍କରେ ଲାଲଙ୍କ ଓକିଲ ରବି ପ୍ରକାଶ କହିଛନ୍ତି ଯେ ଲଣ୍ଡନରେ ପଂଜୀକୃତ ଏକ କମ୍ପାନି ସାର୍ଟିଫିକେଟରେ ରାହୁଲ ଜଣେ ବ୍ରିଟିଶ ନାଗରିକ ବୋଲି ଲେଖାଯାଇଛି । ସେ କିପରି ଜଣେ ବ୍ରିଟିଶ ନାଗରିକ ହେଲେ? ଯଦି ସେ ବ୍ରିଟିଶ ନାଗରିକ ତେବେ ସେ ଭାରତୀୟ ନାଗରିକ କିପରି ହେଲେ? ଏ ନେଇ ସ୍ପଷ୍ଟତା ନ ଆସିବା ପର୍ଯ୍ୟନ୍ତ ରାହୁଲ ଗାନ୍ଧିଙ୍କ ମନୋନୟନ ପତ୍ର ଗ୍ରହଣ ନକରିବାକୁ ସେ ଆବେଦନ କରିଛନ୍ତି । କାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଜଣେ ଭାରତର ନାଗରିକ ହେବା ଜରୁରୀ ।

ସମ୍ବନ୍ଧିତ ଖବର