ପଶ୍ଚିମ ବଙ୍ଗ : ଆଉ ଦୁଇ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱରୁ ହଟାଇଲେ ନିର୍ବାଚନ ଆୟୋଗ

କୋଲକତା : ଗତକାଲି ପଶ୍ଚିମବଙ୍ଗର କିଛି ବରିଷ୍ଠ ଅଧିକାରୀଙ୍କୁ ବଦଳି କରିବା ପରେ ଭାରତୀୟ ନିର୍ବାଚନ ଆୟୋଗ ଆଜି ମଧ୍ୟ ଦୁଇ ପୁଲିସ ଅଧିକାରୀଙ୍କୁ ନିଜ ଦାୟିତ୍ୱରୁ ପ୍ରତ୍ୟାହାର କରାଯାଇଛି । ଏହି ଦୁଇଜଣ ପୁଲିସ ଅଧିକାରୀ ହେଲେ ଡାଇମଣ୍ଡ ହାର୍ବରର ଏସଡିପିଓ ମିଥୁନ କୁମାର ଦେ ଓ କୋଲକତା ଆମହେଷ୍ଟ ଷ୍ଟ୍ରିଟର ଓଆଇସି କୌଶିକ ଦାସ । କର୍ତ୍ତବ୍ୟରେ ଅବହେଳା ପାଇଁ ସେମାନଙ୍କୁ ନିଜ ଦାୟିତ୍ୱରୁ ହଟାଇଦିଆଯାଇଛି । ସେମାନଙ୍କୁ କୌଣସି ନିର୍ବାଚନ ସଂପର୍କିତ ଦାୟିତ୍ୱ ଦିଆଯିବ ନାହିଁ ବୋଲି ଆୟୋଗ ସ୍ପଷ୍ଟ କରିଦେଇଛନ୍ତି ।

 

ଗତ କାଲି ନିର୍ବାଚନ ଆୟୋଗ ରାଜ୍ୟର ଗୃହ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ନିଜ ପଦରୁ ହଟାଇଦେଇଥିଲେ । ସେମାନଙ୍କୁ ଛୁଟିରେ ଯିବାକୁ କୁହାଯାଇଛି । ଏହା ଛଡ଼ା ଏଡିଜି (ସିଆଇଡି) ରାଜୀବ କୁମାରକୁ ଦିଲ୍ଲୀରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନ୍ୟପକ୍ଷରେ ରାଜ୍ୟରେ ଆଜି ରାତି ୧୦ଟାରେ ନିର୍ବାଚନ ପ୍ରଚାର ସମାପ୍ତ ହୋଇଯିବ ।

ସମ୍ବନ୍ଧିତ ଖବର