ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ଜନାର୍ଦ୍ଦନ ପତିଙ୍କ ମାରାଥନ୍‌ ପ୍ରଚାର

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ନାଲକୋ ନଗର ବସ୍ତି, ଚିରଗାଲ ଟୋଲା ବସ୍ତି, ବିଡିଏ କଲୋନି ଓ ବିଡିଏ ବଜାର ଇତ୍ୟାଦି ସହିତ ଜଟଣୀ ନିର୍ବାଚନ ମଣ୍ଡଳୀର ପଥରଗାଡିଆ, ବାରମାଣ, ସୁନ୍ଦରପୁର, ଶିମିଳିପାଟଣା, ଫିରକୀନାଳି ଏବଂ ଗୋଡିବାରୀ ଅଂଳରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତି ମାରାଥନ୍‌ ପ୍ରଚାର ଅଭିଯାନ ଚଳାଇଛନ୍ତି ।

ବସ୍ତିବାସିନ୍ଦା ଅଂଳରେ ଏବଂ ଆଦିବାସୀ ପଡା ଗ୍ରାମ ମାନଙ୍କରେ ପଦଯାତ୍ରା, ପଥପ୍ରାନ୍ତ ସଭା ସଂଗଠିତ ହେବା ସହିତ ସ୍ଥାନୀୟ ବାସିନ୍ଦାମାନେ ପତିଙ୍କୁ ଉତ୍ସାହିତ ହୋଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କେନ୍ଦ୍ର ସରକାରରୁ ବିଜେପିକୁ ପରାସ୍ତ କରିବା ଜରୁରୀ ବୋଲି କହିବା ସହିତ ବିଜେପିକୁ ସାହାଯ୍ୟ କରୁଥିବା ବିଜେଡିକୁ ପରାସ୍ତ କରିବା ପାଇଁ ପତି ସଭାମାନଙ୍କରେ ଆହ୍ଵାନ ଦେଇଛନ୍ତି ।

ଚିଟ୍‌ଫଣ୍ଡ ଘୋଟାଲା, ରାଫେଲ୍‌ ଦୁର୍ନୀତି, ଖଣି ଦୁର୍ନୀତି, ଜମି ଦୁର୍ନୀତି ଠାରୁ ଆରମ୍ଭ କରି ବେକାରୀ ଓ ଦରବୃଦ୍ଧିର ଜ୍ୱାଳାରୁ ଦେଶ ଏବଂ ରାଜ୍ୟକୁ ରକ୍ଷା କରିବା ପାଇଁ ଭୁବନେଶ୍ୱର ଲୋକସଭା ନିମନ୍ତେ ଦା-ହାତୁଡି-ତାରା ଚିହ୍ନରେ ଏବଂ ବିଧାନସଭା କ୍ଷେତ୍ରରେ ହାତ ଚିହ୍ନରେ ଭୋଟ ଦେବା ପାଇଁ ପତି ନିବେଦନ କରିଥିଲେ ।

କଂଗ୍ରେସ ଓ ସି.ପି.ଆଇ. ସମର୍ଥୀତ ଶୀ୍ର ଜନାର୍ଦ୍ଦନ ପତିଙ୍କ ଏହି ପ୍ରଚାର ଅଭିଯାନ କାଯ୍ୟକ୍ରମରେ ସି.ପି.ଆଇ.(ଏମ୍‌) ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ଆଦିବାସୀ ନେତା ସାଲ ମାର୍ଣ୍ଡି, ଚାମ୍ବରୁ ସୋରେନ୍‌, ରବିନ୍ଦ୍ର ଟୁଡୁ, ଦଳିତ ନେତା ସୁକାନ୍ତ ସେଠୀ, ଛାତ୍ର ନେତା ବିପ୍ଳବ ମିଶ୍ର ଏବଂ କୃଷକ ନେତା ଷ୍ଟାଲିନ୍‌ ପାଇକରାୟ ପ୍ରମୁଖ ବହୁ ନେତୃବୃନ୍ଦ ଓ କର୍ମୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି ।

ସମ୍ବନ୍ଧିତ ଖବର