ବିବାଦୀୟ ମନ୍ତବ୍ୟ ଦେଉଥିବା ନେତାଙ୍କ ଉପରେ ନିର୍ବାଚନ କମସନ ଗ୍ରହଣ କରିବେ ଏହି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଦିନକୁ ଦିନ ରଜେନତିକ ଦଳଗୁଡ଼ିକ ସକ୍ରିୟ ହୋଇ ଉଠୁଛନ୍ତିି। ସମସ୍ତେ ନିଜ ନିଜର ବିପକ୍ଷ ଦଳୀୟଙ୍କ ବିରୋଧରେ ମତାମତ ଦେବା ଆରମ୍ଭ କରି ଦେଇଛନ୍ତି। ଶୃଙ୍ଖଳତା ରକ୍ଷା କରିବା ପାଇଁ ଯେଉଁ ରାଜନେତା ବିବଦୀୟ ମନ୍ତବ୍ୟ ଦେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚିନ୍ତା କରିଛନ୍ତି ନିର୍ବାଚନ କମିସନ।

ପଶ୍ଚିମବଙ୍ଗର ମନ୍ତ୍ରୀ ରବୀନ୍ଦ୍ର ନାଥ ଘୋଷ ନିକଟରେ କେନ୍ଦ୍ରୀୟ ସୁରକ୍ଷା ବଳ ସଂପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡ଼ିଛି। ଜାଣିବାକୁ ମିଳିଛି ରାଜ୍ୟର ମୁଖ୍ୟ ନିର୍ବାଚନ କମିସନ ତାଙ୍କୁ ଏକ ନୋଟିସ୍‌ ଜାରି କରି ସୋମବାର ଭିତରେ କାରଣ ଦର୍ଶାଇବାକୁ କହିଛନ୍ତି।

ନିର୍ଦ୍ଦାରିତ ସମୟ ଭିତରେ ସେ ନିଜର ପକ୍ଷ ନରଖି ପାରିଲେ ନିର୍ବାଚନ କମିସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଉଲ୍ଲେଖଯୋଗ୍ୟ, ରବୀନ୍ଦ୍ର ନାଥ ଘୋଷ ତାଙ୍କ ମତ ରଖି କହିଥିଲେ କି ‘ନିର୍ବାଚନ ପରେ ସୁରକ୍ଷା ବଳର ଯବାନ ଚାଲିଯିବେ। ତୃଣମୂଳ କଂଗ୍ରେସର ନେତା ଏଠାରେ ରହିବେ। ଏଥିପାଇଁ ତୃଣମୂଳକୁ ଭୋଟ ମିଳିବା ଉଚିତ।’

ଘୋଷଙ୍କର ଏପରି ମନ୍ତବ୍ୟ ବିରୋଧରେ ନିର୍ବାଚନ କମିସନରେ ଅଭିଯୋଗ ଆଣିଥିଲା ବିଜେପି। ଅଭିଯୋଗ ଆଣି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।

ସମ୍ବନ୍ଧିତ ଖବର